୫ମ ମରାଠା ଟ୍ରଫିର ଶୁକ୍ରବାର ମ୍ୟାଚ୍ ବର୍ଷା ଯୋଗୁଁ ସ୍ଥଗିତ

ଭଞ୍ଜନଗର (ଓଡ଼ିଶା ଟୁଡେ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମ୍ ପରିସରରେ ଗତ ୧୫ ତାରିଖରୁ ଅନୁଷ୍ଠିତ ହୋଇ ଆସୁଥିବା ୫ମ ମରାଠା ଟ୍ରଫିର ଶୁକ୍ରବାର ତଥା ୨୦ ତାରିଖର ମ୍ୟାଚ୍ ଲଗାଣ ବର୍ଷା ଯୋଗୁଁ ସ୍ଥଗିତ ରହିଛି । ଏହି ମ୍ୟାଚ୍ ଆସନ୍ତାକାଲି ଶନିବାର ଅର୍ଥାତ୍ ୨୧ ତାରିଖ ପୂର୍ବାହ୍ନ ୮.୩୦ ସମୟରେ ଖେଳାଯିବ । ଏହି ମ୍ୟାଚ୍ ଭୁବନେଶ୍ୱର AG Recreation FC ଏବଂ ସୋନପୁରର Sonepur BSFC ମଧ୍ୟରେ ଖେଳାଯିବ । ମ୍ୟାଚ୍ ର ସମୟକୁ ପୁନଃ ନିର୍ଦ୍ଧାରିତ କରାଯାଇଥିବା ଆୟୋଜକ ମାନେ ଜଣାଇଛନ୍ତି । ଦର୍ଶକମାନେ ଏହି ମ୍ୟାଚ୍ କୁ ଆସନ୍ତା କାଲି ପୂର୍ବାହ୍ନ ରେ ଉପଭୋଗ କରିପାରିବେ ।

Leave a Reply

Your email address will not be published. Required fields are marked *