ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସ, ନିବେଶକ ହରାଇଲେ ୯ ଲକ୍ଷ କୋଟି

ମୁମ୍ବାଇ: ଶୁକ୍ରବାର ଭାରତୀୟ ଷ୍ଟକ ବଜାରରେ ବଡ଼ଧରଣର ହ୍ରାସ ଦେଖାଦେଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର ବେଞ୍ଚମାର୍କ ସେନସେକ୍ସ ସପ୍ତାହର ଶେଷ କାରବାର ଅଧିବେଶନରେ ୧୧୭୬.୪୬ ପଏଣ୍ଟ ହ୍ରାସ ପାଇ ୭୮,୦୪୧.୫୯ ସ୍ତରରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୩୬୪.୨ ପଏଣ୍ଟ ହ୍ରାସ ସହ ୨୩୫୮୭.୫୦ ସ୍ତରରେ ବନ୍ଦ ହୋଇଛି। ବଜାରରେ ବଡ଼ ହ୍ରାସ ଯୋଗୁଁ ନିବେଶକମାନେ ଆଜି ବିପୁଳ କ୍ଷତି ସହିଛନ୍ତି। ଡିସେମ୍ବର ୧୯ରେ ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ବଜାର ପୁଞ୍ଜି ୪୪୯ ଲକ୍ଷ କୋଟି ଟଙ୍କାଥିବାବେଳେ ଡିସେମ୍ବର ୨୦ରେ ଏହା ୪୪୦ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି। ଫଳରେ ଗୋଟିଏ ଦିନରେ ନିବେଶକମାନେ ୯ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।ବଜାରରେ ବଡ଼ ହ୍ରାସ ଯୋଗୁଁ ନିବେଶକମାନେ ଆଜି ବିପୁଳ କ୍ଷତି ସହିଛନ୍ତି। ଡିସେମ୍ବର ୧୯ରେ ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ବଜାର ପୁଞ୍ଜି ୪୪୯ ଲକ୍ଷ କୋଟି ଟଙ୍କାଥିବାବେଳେ ଡିସେମ୍ବର ୨୦ରେ ଏହା ୪୪୦ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି। ଫଳରେ ଗୋଟିଏ ଦିନରେ ନିବେଶକମାନେ ୯ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।ବଜାରରେ ଆଜିର ହ୍ରାସର କାରଣ ହେଉଛି ଏଫଆଇଆଇ ବିକ୍ରିରେ ଦ୍ରୁତ ବୃଦ୍ଧି । କ୍ରମାଗତ ପଞ୍ଚମ ଅଧିବେଶନରେ ହ୍ରାସ ଦେଖିବାକୁ ମିଳିଥିଲା। ଡିସେମ୍ବର ୧୩, ଶୁକ୍ରବାର ବିଏସଇ ତାଲିକାଭୁକ୍ତ କଂପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ୪୫୯ ଲକ୍ଷ କୋଟି ଟଙ୍କା ରହିଥିବାରୁ ଗତ ପାଞ୍ଚ ଦିନ ମଧ୍ୟରେ ନିବେଶକମାନେ ୧୮ ଲକ୍ଷ କୋଟି ଟଙ୍କା ହରାଇଛନ୍ତି ।

Leave a Reply

Your email address will not be published. Required fields are marked *