ବିଜେଡି ପାଇଁ ଧକ୍କା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା

ବୁଗୁଡ଼ା (ଓଡ଼ିଶା ଟୁଡେ): ଗୋଟାଏ ପଟେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହେଉଥିବା ବେଳେ ବୁଗୁଡ଼ା ବ୍ଲକ୍ ଅଧ୍ୟକ୍ଷା, ଉପାଧ୍ୟକ୍ଷଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ଓ ଆଗ ଧାଡ଼ିର ବହୁ ବିଜେଡି ନେତା ଆଜି ବିଜେପିରେ ସାମିଲ ହୋଇଛନ୍ତି। ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ଘୁମୁସର ଜିଲ୍ଲା ବିଜେପି ସଭାପତି ବିଜୟ ଗର୍ଗଙ୍କ ପୌରହିତ୍ୟରେ ଅନୁଷ୍ଠିତ ବିଜେପିର ମିଶ୍ରଣ ପର୍ବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ମତ୍ସ୍ୟ ଓ ପଶୁ ପାଳନ ତଥା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଆସିକା ସାଂସଦ ଅନିତା ଶୁଭଦର୍ଶିନୀ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଆସିକା ବିଧାୟକ ସରୋଜ ପାଢ଼ୀ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଜୟନ୍ତୀ ପଢ଼ିଆରୀ, ଘୁମୁସର ଜିଲ୍ଲା ବିଜେପି ଉପସଭାପତି ପ୍ରଭାକର ପଣ୍ଡା, ଘୁମୁସର ଜିଲ୍ଲା ଯୁବ ବିଜେପି ସଭାପତି ଦୀପକ ପ୍ରଧାନ, ବୁଗୁଡ଼ା ନଗର ସଭାପତି କେଦାରନାଥ ମହାରଣା, ଘୁମୁସର ଜିଲ୍ଲା ଯୁବ ବିଜେପି ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ମହାପାତ୍ର, ଆରତି ଦେବୀ ପ୍ରମୁଖ ମଞ୍ଚାସୀନ ଥିଲେ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଠନରେ ଗଞ୍ଜାମର ଅବଦାନକୁ ପ୍ରଶଂସା କରିଥିଲେ । ଏଥିସହ ପୂର୍ବ ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବର୍ଷିଥିଲେ । ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିକଶିତ ଓଡିଶା ଗଠନ ସାଙ୍ଗକୁ ଗଞ୍ଜାମରୁ ଦାଦନ ଦୂର କରିବାକୁ ବିଭିନ୍ନ ଯୋଜନାର ଲାଭ ନେବା ପାଇଁ ଆହ୍ୱାନ ଦେଇଥିଲେ ।

ବୁଗୁଡ଼ା ବ୍ଲକ୍ ଅଧ୍ୟକ୍ଷା କେ ପ୍ରିୟଦର୍ଶନୀ ଆଚାରୀ, ଉପାଧ୍ୟକ୍ଷ ମାନସ ପ୍ରଧାନ, ବ୍ଲକ୍ ଅଧ୍ୟକ୍ଷା ପ୍ରତିନିଧି କେ.ନୀଳମାଧବ ଆଚାରୀ, ଆସିକା ଚିନି ଶିଳ୍ପ ନିର୍ଦ୍ଦେଶକ ବସନ୍ତ କୁମାର ଦଳେଇ, ବିଜେଡି ର ପୂର୍ବତନ ବ୍ଳକ ସଭାପତି ମଦନ ଗୋପାଳ ଦାରା, ଗୋଳାବନ୍ଧ, ଖୋଳଖାଳି, ଗୋଲିଆ ସରପଞ୍ଚ, ଅନ୍ତରପଡା, ରାମଶିଆଳି, ପାଗିଡ଼ି, ଏ କରଡ଼ାବାଡ଼ି, ପୋଚାଲୁଣ୍ଡି, କଳମ୍ବ, କରସିଂ, ମୋଟାବାଡି, ଖୋଳଖାଳି ନାଏବ ସରପଞ୍ଚ, ବୁଗୁଡ଼ା ଓକିଲ ସଂଘ ସମ୍ପାଦକଙ୍କ ସମେତ ବହୁ ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ଏବଂ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।

Leave a Reply

Your email address will not be published. Required fields are marked *