
ଭୁବନେଶ୍ବର: ରାଜ୍ୟରେ ଅଦିନିଆ ବର୍ଷାରେ ଫସଲହାନୀ ପ୍ରସଙ୍ଗ ନେଇ ଅପରାହ୍ନ ୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଉଚ୍ଚସ୍ତରୀୟ ବୈଠକ କରିବେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ପ୍ରଦାନ କରିଛନ୍ତି। ଜିଲ୍ଲା ପ୍ରଶାସନକୁ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି। ଅଧିକାଂଶ ରିପୋର୍ଟ ଆସିଗଲାଣି ।ଗତକାଲି ସୁଦ୍ଧା ୭୫ ହଜାର ଚାଷୀଙ୍କ ଅଭିଯୋଗ ଆସିଛି। ଆଜିର ବୈଠକରେ ଚାଷୀଙ୍କୁ ସହାୟତା ସଂକ୍ରାନ୍ତରେ ନିଷ୍ପତ୍ତି ହେବ । ରାଜସ୍ୱ, କୃଷି ଓ ସମବାୟ ବିଭାଗର ମନ୍ତ୍ରୀ ଓ ସଚିବ ଏହି ବୈଠକରେ ଉପସ୍ଥିତ ରହିବେ ।
ଏହା ସହିତ ମୁଖ୍ୟ ଶାସନସଚିବ ଉପସ୍ଥିତ ରହିବେ । କେତେ ଚାଷୀ ଫସଲ ବୀମା ପାଇବେ ତାହାର ନିଷ୍ପତ୍ତି ନିଆଯିବ। ବୀମା କମ୍ପାନିଙ୍କୁ ସହଯୋଗ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।