ଟଙ୍କାକୁ ସମ୍ଭାଳିବାରେ ବିଦେଶୀ ମୁଦ୍ରା ଭଣ୍ଡାର ଖାଲି: ୩ ସପ୍ତାହରେ ୧୩୭୦ କୋଟି ଡଲାର କମିଲା

ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ଦୁର୍ବଳ ସ୍ଥିତି ଭାରତୀୟ ରିଜର୍ଭ ବ୍ୟାଙ୍କ ଲାଗି ବଡ଼ ଆହ୍ବାନ ସୃଷ୍ଟି ‌କରିଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୫ ଟଙ୍କା ୫୦ ପଇସାରୁ ଅଧିକ ହୋଇଯାଇଛି। ଟଙ୍କାକୁ ଆହୁରି ଦୁର୍ବଳ ହେବାରୁ ରୋକିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜ ଭଣ୍ଡାରରେ ଥିବା ମୁଦ୍ରା ବାହାର କରି ବଜାରରେ ଉପଲବ୍ଧ କରାଯାଉଛନ୍ତି। ଏହି ପ୍ରକ୍ରିୟାରେ ଗତ ତିନି ସପ୍ତାହ ଭିତରେ ଭଣ୍ଡାରରୁ ୧୩୭୦ କୋଟି ଡଲାର ବାହାର କରିବାକୁ ପଡ଼ିଛି। କେବଳ ଡିସେମ୍ବର ୨୦ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ୮୫୦ କୋଟି ଡଲାର ବାହାର କରିବାକୁ ପଡ଼ିଥିଲା। ନିୟମିତ ଭାବେ ବିଦେଶୀ ମୁଦ୍ରା ବାହାର କରିବାକୁ ପଡ଼ୁଥିବାରୁ ଦେଶର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାର ପରିମାଣ ୬୪,୪୩୯ କୋଟି ଡଲାରକୁ ହ୍ରାସ ପାଇଛି। ସାତ ମାସ ଭିତରେ ଭଣ୍ଡାରରେ ଥିବା ମୁଦ୍ରା ସର୍ବନିମ୍ନ ସ୍ତରକୁ ଖସିଯାଇଛି। ଚଳିତ ବର୍ଷ ଅକ୍ଟୋବର ମଧ୍ୟ ଭାଗ ବେଳକୁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୪ ଟଙ୍କା ସ୍ତର ଟପି ୮୫ ‌ଟଙ୍କା ହୋଇଯାଇଥିଲା।ବର୍ଷକରେ କମିଲାଣି ୨.୩୯ ଟଙ୍କା, ଜାନୁଆରିରେ ୮୩.୨୦ ଟଙ୍କା ଥିଲ‌ାନୂଆଦିଲ୍ଲୀ: ଡଲାର ତୁଳନାରେ ଟଙ୍କା ମୂଲ୍ୟ କମିବାରେ ଲାଗିଛି। ଗୁରୁବାର ଏହା ୩୩ ପଇସା ହ୍ରାସ ଘଟିଛି ।

ଆଜିର କାରବାର ଶେଷ ବେଳକୁ ୧ ଡଲାର ମୂଲ୍ୟ ୮୫ ଟଙ୍କା ୫୯ ପଇସା‌ରେ ରହିଛି। ବୁଧବାର ୧ ଡଲାର ମୂଲ୍ୟ ୮୫ ଟଙ୍କା ୨୬ ପଇସାରେ ରହିଥିଲା। ଚଳିତବର୍ଷର ଆଜି ସୁଦ୍ଧା ଡଲାର ତୁଳନାରେ ଟଙ୍କା ମୂଲ୍ୟ ୨ ଟଙ୍କା ୩୯ ପଇସା ଦୁର୍ବଳ ହୋଇଛି। ୨୦୨୪ ଜାନୁଆରି ପହିଲାରେ ଏହା ୮୩ ଟଙ୍କା ୨୦ ପଇସାରେ ରହିଥିଲା। ବି‌ଶେଷଜ୍ଞଙ୍କ କହିବାନୁଯାୟୀ ଡଲାରର ଚାହିଦା ବଢ଼ିବା ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ପାଇବା କାରଣରୁ ଟଙ୍କା ଦୁର୍ବଳ ହୋଇଛି। ଟଙ୍କା ଦୁର୍ବଳ ହେଉଥିବାରୁ ଭାରତକୁ ଆମଦାନି ବାବଦରେ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। ଏଥିସହିତ ବିଦେଶରେ ବୁଲାବୁଲି କରିବା ଏବଂ ପାଠପଢ଼ିବା ମଧ୍ୟ ଭାରତୀୟଙ୍କ ପାଇଁ ମହଙ୍ଗା ହୋଇଯାଇଛି। ଟଙ୍କା ଦୁର୍ବଳ ହେବା କାରଣରୁ ଭାରତ ବିଦେଶରୁ କିଣୁଥିବା ପେଟ୍ରୋଲିୟମ ଏବଂ ସୁନା ମହଙ୍ଗା ହେବ। ଏଥିସହିତ ଆମଦାନି ହେଉଥିବା ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ମହଙ୍ଗା ହେବ। ଏହା ହେଲେ ଦେଶରେ ମୁଦ୍ରାସ୍ଫୀତି ବଢ଼ିବ। ଭାରତରେ ବିଦେଶୀ ନିବେଶ ମଧ୍ୟ କମିବ। ଅନ୍ୟପକ୍ଷରେ ରପ୍ତାନିକାରୀମାନେ ଲାଭରେ ରହିବେ ।

Leave a Reply

Your email address will not be published. Required fields are marked *