କଟକ-ଭୁବନେଶ୍ୱର-ପୁରୀରେ ଚାଲିବ ଇଲେକ୍ଟ୍ରିକ ଡବଲ ଡେକର ବସ୍

ଭୁବନେଶ୍ବର: କଟକ-ଭୁବନେଶ୍ୱର-ପୁରୀରେ ଇଲେକ୍ଟ୍ରିକ ଡବଲ ଡେକର ବସ୍ ଚଳାଚଳ କରିବ। ୫ଟି ବସ୍‌ ରାଜ୍ୟ ସରକାର ଆଣିବେ। ମୁମ୍ୱାଇର ଏକ ସଂସ୍ଥା ଏହି ବସ୍‌ ତିଆରି କରୁଛି। ପ୍ରଥମ ପର୍ଯ୍ୟାୟରେ ୨ଟି ବସ୍‌ ଆସୁଛି। ପରବର୍ତ୍ତୀ ସମୟରେ ଅନ୍ୟ ୩ଟି ବସ୍‌ ଆସିବ ବୋଲି ଜଣାପଡ଼ିଛି।ଗେରୁଆ ରଙ୍ଗରେ ତିଆରି ହୋଇଥିବା ଏହି ବସ୍‌ରେ ଓଡ଼ିଶାର କଳା ଓ ସଂସ୍କୃତି ଛାପ ରହିଛି। ବସ୍‌ରେ କୋଣାର୍କ ଚକ, ଧଉଳି ଶାନ୍ତିସ୍ତୁପ, ଗୋଟିପୁଅ ନୃତ୍ୟ ଓ ଅନ୍ୟାନ୍ୟ କଳାକୃତିର ଛାପ ରହିଛି।ନିର୍ମାଣ କାର୍ଯ୍ୟ ସରିଥିବା ୨ଟି ଇଲେକ୍ଟ୍ରିକ ଡବଲ ଡେକର ବସ୍ ମୁମ୍ୱାଇରୁ ଭୁବନେଶ୍ୱର ଅଭିମୁଖେ ବାହାରି ସାରିଲାଣି। ବସ୍ ଦୁଇଟି ଇତି ମଧ୍ୟ ୪୦୦ କିମି ଅତିକ୍ରମ କରି ସାରିଲାଣି ।

ବସ୍‌ ନିର୍ମାଣ କରୁଥିବା ସଂସ୍ଥାର ଚାଳକମାନେ ବସ୍‌ ନେଇ ଆସୁଛନ୍ତି। ଦିନେ ବା ଦୁଇ ଦିନରେ ବସ୍‌ ଗୁଡ଼ିକ ଭୁବନେଶ୍ୱରରେ ପହଞ୍ଚିବ। ବସ୍‌ ଗୁଡ଼ିକ ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଥମେ ଟ୍ରାଏଲ୍‌ ରନ୍‌ କରାଯିବ। ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ରାଜଧାନୀ ଭୁବନେଶ୍ବରରେ ଡବଲ ଡେକର୍ ବସ୍‌ ଗଡ଼ିବ।ପ୍ରଥମେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବାକୁ ଆସିଥିବା ଅତିଥିମାନେ ବସିବେ ବୋଲି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍‌) ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *