ଭଞ୍ଜନଗର ଶିରିଡ଼ି ସାଇ ମନ୍ଦିରରୁ ବଡ଼ ଧରଣର ଚୋରି

ଭଞ୍ଜନଗର (ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ପ୍ରସିଦ୍ଧ ସିରିଡ଼ି ସାଇ ମନ୍ଦିର ରୁ ବଡ ଧରଣର ଚୋରୀ । ଗତକାଲି ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ମନ୍ଦିର ପଛ ଗେଟ୍ ର ତାଲା ଭାଙ୍ଗି ଭିତରେ ପ୍ରବେଶ କରିଛନ୍ତି । ଦେଢଘଣ୍ଟା ଧରି ବାବା ଙ୍କ ମନ୍ଦିରରେ ଛାନଭିନ କରି ଦୁଇଟି ହୁଣ୍ଡୀ ଭାଙ୍ଗି ନଗଦ ତିନି ଲକ୍ଷ ରୁ ଅଧିକ ଟଙ୍କା, ସିରିଡ଼ି ବାବାଙ୍କ ଦେହରେ ଥିବା ସୁନା, ରୂପାର ଅଳଙ୍କାର ଓ ବ୍ୟବହାର ସାମଗ୍ରୀ ଚୋରୀ କରିନେବାରେ ସଫଳ ହୋଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ରୁ ଅଧିକ ଟଙ୍କା ହେବ । ଖବରପାଇ ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ତଦନ୍ତ ଚଳାଇଥିବା ଜଣାପଡିଛି ।

ଭଞ୍ଜନଗର ରୁ ଅରକ୍ଷିତ ପରିଚ୍ଛାଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *