ବିଦେଶାଗତ ପକ୍ଷୀଙ୍କ ପାଇଁ ବାର୍ଡ ମ୍ୟୁଜିୟମ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ବର (ଓଡ଼ିଶା ଟୁଡେ) : ବିଦେଶାଗତ ପକ୍ଷୀଙ୍କ ପାଇଁ ହେବ ବାର୍ଡ ମ୍ୟୁଜିୟମ। ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ବାର୍ଡ ମ୍ୟୁଜିୟମ ଚିଲିକା, ବରକୂଳ କିମ୍ବା ନଳବଣ କେଉଁ ସ୍ଥାନରେ ପ୍ରତିଷ୍ଠା ହେବ ସେ ନେଇ ବିଚାର କରୁଛି ବିଭାଗ। ଏଥିପାଇଁ ଚିଲିକା ଡେଭଲପମେଣ୍ଟ ଅଥରିଟି ସହ ପର୍ଯ୍ୟଟନ ବିଭାଗ ମିଶି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି।ପ୍ରଭାତୀ ପରିଡ଼ା ଆହୁରି କହିଛନ୍ତି, ପ୍ରବାସୀ ଭାରତୀୟ ସମ୍ମିଳନୀରେ ଅନେକ ଅତିଥି ଆସୁଛନ୍ତି । ଓଡିଶାକୁ ଉପସ୍ଥାପନା କରିବାର ଏହା ବଡ଼ ସୁଯୋଗ ମିଳିବ । ନଳ ବଣକୁ ଆସିବାକୁ ଥିବା ୧୦ ଲକ୍ଷ ପକ୍ଷୀଙ୍କୁ ସ୍ୱାଗତ ପାଇଁ ବି ଆମେ ପ୍ରସ୍ତୁତ ।ପ୍ରବାସୀ ଭାରତୀୟ ସମ୍ମିଳନୀରେ ଅନେକ ଅତିଥି ଆସୁଛନ୍ତି । ଓଡିଶାକୁ ଉପସ୍ଥାପନା କରିବାର ଏହା ବଡ଼ ସୁଯୋଗ ମିଳିବ । ନଳ ବଣକୁ ଆସିବାକୁ ଥିବା ୧୦ ଲକ୍ଷ ପକ୍ଷୀଙ୍କୁ ସ୍ୱାଗତ ପାଇଁ ବି ଆମେ ପ୍ରସ୍ତୁତ । ଏଥର ରାଜ୍ୟରେ ଏକ ଅଦ୍ଭୁତ ସଂଯୋଗ ହୋଇଛି । ବିହଙ୍ଗ ଅତିଥି ହୋଇ ଆସିବେ । ତାଙ୍କୁ ଦେଖିବା ପାଇଁ ପ୍ରବାସୀ ଭାରତୀୟ ମଧ୍ୟ ଓଡ଼ିଶାକୁ ଅତିଥି ହୋଇ ଆସିବେ।ପ୍ରବାସୀଙ୍କୁ ଚିରଶୋଭାମୟୀ ଚିଲିକାର ସୌନ୍ଦର୍ଯ୍ୟ ଦେଖିବାର ସୁଯୋଗ ମିଳିବ। ଚଳିତଥର ପ୍ରବାସୀ ଭାରତୀୟହେବେ ଚିଲିକା ବିହଙ୍ଗ ଉତ୍ସବର ବ୍ରାଣ୍ଡ ଆମ୍ବାସଡର ।

ଚିଲିକା ବିହଙ୍ଗ ମହୋତ୍ସବ ପାଇଁ ଜଙ୍ଗଲ ଓ ପର୍ଯ୍ୟଟନ ବିଭାଗ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରବାସୀଙ୍କ ଦ୍ୱାରା ସାରା ବିଶ୍ୱରେ ଚିଲିକାର ପ୍ରଚାର ପାଇଁ ଯୋଜନା କରିଛନ୍ତି ସରକାରସାତଦିନିଆ ପଞ୍ଚମ ଚିଲିକା ବିହଙ୍ଗ ମହୋତ୍ସବକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦଘାଟନ କରିଛନ୍ତି । ଏଥର ରାଜ୍ୟରେ ଏକ ଅଦ୍ଭୁତ ସଂଯୋଗ ହୋଇଛି । ବିହଙ୍ଗ ଅତିଥି ହୋଇ ଆସିବେ । ତାଙ୍କୁ ଦେଖିବା ପାଇଁ ପ୍ରବାସୀ ଭାରତୀୟ ମଧ୍ୟ ଓଡ଼ିଶାକୁ ଅତିଥି ହୋଇ ଆସିବେ।ପ୍ରବାସୀଙ୍କୁ ଚିରଶୋଭାମୟୀ ଚିଲିକାର ସୌନ୍ଦର୍ଯ୍ୟ ଦେଖିବାର ସୁଯୋଗ ମିଳିବ। ଚଳିତଥର ପ୍ରବାସୀ ଭାରତୀୟହେବେ ଚିଲିକା ବିହଙ୍ଗ ଉତ୍ସବର ବ୍ରାଣ୍ଡ ଆମ୍ବାସଡର । ଚିଲିକା ବିହଙ୍ଗ ମହୋତ୍ସବ ପାଇଁ ଜଙ୍ଗଲ ଓ ପର୍ଯ୍ୟଟନ ବିଭାଗ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରବାସୀଙ୍କ ଦ୍ୱାରା ସାରା ବିଶ୍ୱରେ ଚିଲିକାର ପ୍ରଚାର ପାଇଁ ଯୋଜନା କରିଛନ୍ତି ସରକାର। ପ୍ରତିବର୍ଷ ଡିସେମ୍ବରରୁ ଫେବୃୟାରୀ ଏହି ତିନି ମାସ ଭିତରେ ଲକ୍ଷ ଲକ୍ଷ ପକ୍ଷୀ ଋଷିଆ, ସାଇବେରିଆ, ମଙ୍ଗୋଲିଆ ଭଳି ଦେଶରୁ ଚିଲିକାକୁ ଆସିଥାନ୍ତି। ଚିଲିକା ଓ ଏହା ସହ ଜଡ଼ିତ ପକ୍ଷୀ, ଡଲଫିନ ଏବଂ ପର୍ଯ୍ୟଟନର ପ୍ରଚାର କରିବା ପାଇଁ ଏହି ଏହି ଉତ୍ସବ ପାଳନ କରାଯାଉଛି ।

Leave a Reply

Your email address will not be published. Required fields are marked *