ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ନୂଆବର୍ଷର ପ୍ରଥମ ବୈଠକ

ଭଞ୍ଜନଗର (ଓଡ଼ିଶା ଟୁଡେ): ବରିଷ୍ଠ ନାଗରିକ ମଞ୍ଚର ନୂଆବର୍ଷର ପ୍ରଥମ ବୈଠକ ସ୍ଥାନୀୟ ବନବିଭାଗ ଡାକ ବଙ୍ଗଳା ରେ ରବିବାର ମଧ୍ୟାହ୍ନ ରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷତା କରିଥିଲେ ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ସୋମନାଥ ନାୟକ । ବୈଠକ ଆରମ୍ଭରେ ବିପ୍ରଚରଣ ସାହୁଙ୍କ ଧର୍ମପତ୍ନୀ ପୂର୍ଣ୍ଣବାସୀ ସାହୁ ଓ ବର୍ଷୀୟାନ ସଦସ୍ୟ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ବିୟୋଗରେ ଦୁଇ ମିନଟ ନୀରବ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସଭାପତି ଉପସ୍ଥିତ ସଦସ୍ୟ ମାନଙ୍କୁ ନବବର୍ଷ ର ଅଭିନନ୍ଦନ ଜଣାଇ ତାଙ୍କ ପରିବାର ବର୍ଗଙ୍କ ଶୁଭ କାମନା କରିଥିଲେ, ବି ରାମଚନ୍ଦ୍ର ପାତ୍ରଙ୍କୁ ପରିଚୟ ପତ୍ର ପ୍ରଦାନ କରି ମଞ୍ଚକୁ ସ୍ୱାଗତ କରିଥିଲେ । ଆସନ୍ତା ୧୯ ତାରିଖରେ ମଞ୍ଚର ବାର୍ଷିକ ସମ୍ମିଳନୀ ଡ଼ାକବଙ୍ଗଳା ପରିସରରେ ଅନୁଷ୍ଠିତ ହେବାକୁ ସ୍ଥିର କରାଗଲା । ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ନାୟକ ଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯିବା ସ୍ଥିର ହେଲା । ମଞ୍ଚ ପରିବାରରୁ ବ୍ରଜ ଗୋପାଳ ମହାରଣା ଓ ମାଗୁଣି ମିଶ୍ର ଙ୍କୁ ସମ୍ବର୍ଦ୍ଧିତ କରାଯିବା ପାଇଁ ସ୍ଥିର ହେଲା । ବ୍ରଜଗୋପାଳ ମହାରଣା ଧନ୍ୟବାଦ ଅର୍ପଣ କରିବା ପରେ ସଭାପତି ବୈଠକ ସାଙ୍ଗ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *