
ଭଞ୍ଜନଗର (ଓଡ଼ିଶା ଟୁଡେ): ଓଡ଼ିଶା ଇତିହାସ କଂଗ୍ରେସ ସମ୍ମିଳନୀ ସ୍ଥାନୀୟ କେ.ଏସ୍.ୟୁ.ବି କଲେଜରେ ରବିବାର ଅନୁଷ୍ଠିତ ହୋଇଥିଲା । ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳନୀକୁ ଉଦଘାଟନ କରିଥିଲେ । ଏହି ଅବସରରେ ସେ କହିଥିଲେ ଘୁମୁସର ଇତିହାସ ସମ୍ପର୍କରେ ଲୋକେ ଯେତିକି ଜାଣିବା କଥା ଜାଣିପାରୁନାହାନ୍ତି । ଆଗାମୀ ଦିନରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏବଂ ଚକରା ବିଷୋୟୀଙ୍କ ଭଳି ମହାନ ବ୍ୟକ୍ତିଙ୍କ ଅବଦନର ପ୍ରଚାର ପ୍ରସାର ସମଗ୍ର ଦେଶରେ କରାଯିବ । ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା କରିବାକୁ ପଡ଼ିବ ବୋଲି ବିଧାୟକ ଶ୍ରୀ ନାୟକ କହିଥିଲେ । ଅଧ୍ଯକ୍ଷ ରାଜେନ୍ଦ୍ର କୁମାର ଦାସ ବୈଠକରେ ସଭାପତିତ୍ବ କରିଥିଲେ । ପୂର୍ବତନ କଲେଜ ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଓଡ଼ିଶା ଇତିହାସ କଂଗ୍ରେସ ସଭାପତି ପ୍ରଫେସର ସୁବ୍ରତ କୁମାର ଆଚାର୍ଯ୍ୟ, ଓଡି଼ଶା ଇତିହାସ କଂଗ୍ରେସ ସମ୍ପାଦକ ଡ଼. ସୁବାସ ଚନ୍ଦ୍ର ବାରିକ, ଡ଼େପୁଟି ଡ଼ାଇରେକ୍ଟର ସୁଶାନ୍ତ ଦାସ, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡ଼.ସିଦ୍ଧାର୍ଥ ଶଙ୍କର ପାଢ଼ୀ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଇତିହାସ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡ଼. ସଦାନନ୍ଦ ନାୟକ, ଅବସରପ୍ରାପ୍ତ ଆରଡ଼ିଇ ଡ଼ ଲଷ୍ମୀକାନ୍ତ ତ୍ରିପାଠୀ, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ .ବି.ଏନ.ଦାସ, ପ୍ରାଧ୍ୟାପକ ଡ଼ ମଦନ ମୋହନ ମହାପାତ୍ର ଅତିଥି ଭାବେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଡ଼.ବି.ଏନ ଦାସ, ଡ଼.ଅନିଲ କୁମାର ମିଶ୍ର, ଡ଼.ଟି.ଏନ.ସେନାପତିଙ୍କୁ ଏହି ଅବସରରେ ସମ୍ବନ୍ଧିତ କରାଯାଇଥିଲା । ଅଧ୍ୟାପିକା ଜ୍ୟୋସ୍ନାରାଣୀ ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପିକା ସେଫାଳି ପଟ୍ଟନାୟକ ସଭାକୁ ସଂଯୋଜନା କରିଥିଲେ । ଡ଼.ରବିନ୍ଦ୍ର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଅପରାହ୍ନ ଅଧିବେଶନରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ଶ୍ୟାମା ପ୍ରସାଦ ମିଶ୍ର ଅଧ୍ଯକ୍ଷତା କରିଥିଲେ । ଡ.ଟି ଏନ ସେନାପତି, ଡ଼.ଅନନ୍ତ କର, ଡ଼ ସୁଜିତ କୁମାର ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ । ଅଧ୍ୟାପକ ବିଦେଶୀ ରାଉତ, ସିମାଞ୍ଚଳ ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।