କବି ନରସିଂହ ମାଠ ଦିବ୍ୟାଙ୍ଗ ଆଶ୍ରମ ରେ ବାପାଙ୍କ ଶ୍ରାଦ୍ଧ ପାଳିଲେ ସାମ୍ବାଦିକ ନଚିକେତା

ଭଞ୍ଜନଗର (ଅରକ୍ଷିତ ପରିଚ୍ଛା, ଓଡ଼ିଶା ଟୁଡେ): ସଂପ୍ରତି ଆଧୁନିକତାର ଦ୍ବାହୀ ଦେଇ ପିଲା ମାନେ ବଞ୍ଚି ଥାଉ ଥାଉ ବାପା ମାଆଙ୍କୁ ବେସାହାରା କରି ଦେଉଥିବା ଅନେକ କରୁଣ ଚିତ୍ର ସମାଜରେ ଦେଖିବାକୁ ମିଳୁଛି । ଜୀବନ ସାରା ନିଜ ସନ୍ତାନକୁ ଭଲ ମଣିଷ କରିବାକୁ ଅହରହ ଉଦ୍ୟମ କରୁଥିବା ବାପ ପିଲାଙ୍କ ସଫଳତାରେ ନିଜକୁ ଖୁସି କରିବା ସହ ଶେଷ ସମୟରେ ତା ନିକଟରେ ସାମାନ୍ୟ ଆଶ୍ରା ଆଶା ରଖିଥାଏ । କିନ୍ତୁ ଅନେକ ବାପା ମାଆଙ୍କୁ ଶେଷ ସମୟରେ ଏଭଳି ସୌଭାଗ୍ୟରୁ ବଞ୍ଚିତ ରହୁଥିବା ବୃଦ୍ଧା ଆଶ୍ରମରେ ଚିତ୍ର ସ୍ପଷ୍ଟ ବାରି ହୁଏ । ତଥାପି ସମାଜରେ ଏଭଳି ମଣିଷ ଅଛନ୍ତି ଯେଉଁମାନେ ବଞ୍ଚିବା ସହ ମୃତ୍ୟୁ ପରେ ମଧ୍ୟ ବାପାଙ୍କ ଶ୍ରାଦ୍ଧ ଦିବସକୁ ସ୍ମରଣୀୟ କରିବାକୁ ଉଦ୍ୟମ କରି ସମାଜ ପାଇଁ ପ୍ରେରଣା ସାଜିଛନ୍ତି ଭଞ୍ଜନଗର ଅଞ୍ଚଳର ସାମ୍ବାଦିକ ନଚିକେତା ପ୍ରଧାନ । ବାପା ନିଶାକର ପ୍ରଧାନଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀକୁ ନିଆରା ଭାବେ ପାଳନ କରିଛନ୍ତି । ଏହି ଅବସରରେ ସେ ଶେରଗଡ ବ୍ଳକ କଙ୍କୋରଡା ସ୍ଥିତ ବାକିଲିକଣା କବି ନରସିଂହ ମାଠ ଦୃଷ୍ଟିହୀନ ଓ ବଧୀର ଆଶ୍ରମରେ ଅନ୍ତେବାସୀଙ୍କ ଗହଣରେ ବାପାଙ୍କ ଶ୍ରାଦ୍ଧ ଦିବସ ପାଳନ କରିଛନ୍ତି । ସେମାନଙ୍କୁ ଖାଦ୍ୟ ବଣ୍ଟନ କରିବା ସହ ଭଲ ମନ୍ଦ ପଚାରି ବୁଝିବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏଥିରେ ତାଙ୍କୁ ‘ବିପଦର ବନ୍ଧୁ’ ଅନୁଷ୍ଠାନର ସଦସ୍ୟ ମାନେ ସହଯୋଗ କରିଥିଲେ । ଏଥିପୂର୍ବରୁ ସେ ବାପାଙ୍କ ଶ୍ରାଦ୍ଧ ଦିବସରେ ଚକ୍ଷୁ ଚିକିତ୍ସା ଶିବିର,ଉପାନ୍ତ ଇଲାକରେ ଖାଦ୍ୟ ଓ ପାଠ୍ୟ ଉପକରଣ ବଣ୍ଟନ, ରକ୍ତଦାନ ଶିବିର ଆଦି କରିଛନ୍ତି । ଏଥିରେ ଅରକ୍ଷିତ ପରିଚ୍ଛା, ନିଲୁ ବିଷୋୟୀ, ସୁଜିତ ବିଷୋୟୀ, କୃଷ୍ଣଚନ୍ଦ୍ର ସ୍ବାଇଁ, ଜଗନ୍ନାଥ ପ୍ରଧାନ, ସପନ ଜେନା, ମଥୁରା ଜେନା, ଅଶ୍ବିନ ପ୍ରଧାନ, ଜିଲୁ ପରିଡା, କିରଣ ବରାଡ, ନିଲୁ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *