
ଭୁବନେଶ୍ବର: ଓଡ଼ିଶାର ଅର୍ଥନୀତି ଭାରତର ସବୁଠୁ ଦ୍ରୁତଗତିରେ ବଢ଼ୁଥିବା ଅର୍ଥନୀତି। ଅର୍ଥନୀତି ଅଭିବୃଦ୍ଧି ହାର ୧୦% ଉପରେ ଅଛି। ଆମେ ବକ୍ସାଇଟ୍, କ୍ରୋମାଇଟ୍, ଆଲୁମିନିୟମ, ନିକେଲ୍, ବିରଳ ମୂର୍ତ୍ତିକା, କୋଇଲା ଉତ୍ପାଦନରେ ଭାରତରେ ପ୍ରଥମ ସ୍ଥାନରେ ଅଛୁ। ଖାଦ୍ୟ ପ୍ରକ୍ରିୟାକରଣରେ ଓଡ଼ିଶା ପୂର୍ବ ଭାରତର ହବ୍। ଓଡ଼ିଶାରେ ଦକ୍ଷତା ବିକାଶ ଏକ ବ୍ରାଣ୍ଡ୍ ପାଲଟିଛି। କେବଳ ଏତିକି ନୁହେଁ। ଓଡ଼ିଶାରେ ସରକାର ବଦଳିଛି। ଡବଲ୍ ଇଞ୍ଜିନ୍ ସରକାର ଆସିଛି। ଓଡ଼ିଶାରେଯାହା ହେବ ସେଥିରେ ଭାରତ ସରକାରଙ୍କ ସହଯୋଗ ରହିବ। ପୂର୍ବ ଓ ଉତ୍ତର ଭାରତରେ ଦେଶର ଏକ ତୃତୀୟାଂଶ ଲୋକ ରହୁଥିବାବେଳେ ଏହି ବଜାର ପାଇଁ ଓଡ଼ିଶା ପ୍ରବେଶ ଦ୍ବାର ହେବ। ଓଡ଼ିଶାର ଭୌଗୋଳିକ ସ୍ଥିତି, ସାମୁଦ୍ରିକ ବେଳାଭୂମି, ବିମାନ, ରେଳ, ବନ୍ଦର, ସଡ଼କ ଭିତ୍ତିଭୂମି ପୂର୍ବ ଭାରତରେ ସବୁଠୁ ଶ୍ରେଷ୍ଠ। ତେଣୁ ଓଡ଼ିଶାରେ ହିଁ ନିବେଶ କରନ୍ତୁ। ଓଡ଼ିଶାରେ ନିବେଶ ମାନେ ଭବିଷ୍ୟତ ପାଇଁ ନିବେଶ ।
ଆଜି ଏଭଳି ଢଙ୍ଗରେ ଓଡ଼ିଶା କିପରି ପୁଞ୍ଜିନିବେଶ ପାଇଁ ପ୍ରବାସୀ ଭାରତୀୟଙ୍କ ପ୍ରଥମ ପସନ୍ଦ ହେବ ସେନେଇ ରାଜ୍ୟ ସରକାର ବୁଝାଇଛନ୍ତି। ଆଉ ଜାନୁଆରି ୨୮ରୁ ଅାରମ୍ଭ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ସମ୍ମେଳନରେ ଯୋଗଦେଇ ଓଡ଼ିଶାରେ ପୁଞ୍ଜିନିବେଶ କରନ୍ତୁ ବୋଲି ଆହ୍ବାନ ଦେଇଛନ୍ତି। ପ୍ରବାସୀ ଦିବସ ସମ୍ମେଳନଅବସରରେ ଆଜି ହୋଟେଲ ସ୍ବସ୍ତି ପ୍ରିମିୟମରେ ଓଡ଼ିଶାରେ ନିବେଶ ସମ୍ଭାବନା ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଓଡ଼ିଶା କିପରି ପୁଞ୍ଜି ନିବେଶରେ ପସନ୍ଦିତ ସ୍ଥାନ ପାଲଟିଛି ଏବଂ ପ୍ରବାସୀ ଭାରତୀୟମାନେ କାହିଁକି ଓଡ଼ିଶାରେ ପୁଞ୍ଜିନିବେଶ କରିବେ ସେନେଇ ବୁଝାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ଯୋଜନାରେ ପୂର୍ବୋଦୟକୁ ଫୋକସ୍ କରାଯାଉଛି। ଏଥିରେ ଓଡ଼ିଶା ଆଗରେ ଅଛି। ଓଡ଼ିଶାକୁ କାହିଁକି ପୁଞ୍ଜିନିବେଶ ପାଇଁ ପସନ୍ଦ କରିବେ ଦର୍ଶାଇବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ଦେଶର ଦ୍ବିତୀୟ ଖଣିଜ ପଦାର୍ଥ ବହୁଳ ରାଜ୍ୟ। ଆଇନ ଶୃଙ୍ଖଳା ଦୃଷ୍ଟିରୁ ଓଡ଼ିଶା ସମ୍ଭବତଃ ଦେଶର ସବୁଠୁ ଶାନ୍ତ ରାଜ୍ୟ, ଅଶାନ୍ତି ସୃଷ୍ଟି କରିବାକୁ କୌଣସିସାମାଜିକ ଦୃଶ୍ୟପଟ୍ଟ ନାହିଁ, ସ୍ଥିର ସରକାର ଦେବାରେ ଓଡ଼ିଶାର ଇତିହାସ ଅଛି, ଯୋଗାଯୋଗ ଦୃଷ୍ଟିରୁ ଓଡ଼ିଶାରେ ଆକର୍ଷଣୀୟ ଭିତ୍ତିଭୂମି ଅଛି ।
ରେଳ, ବନ୍ଦର, ବିମାନ, ସଡ଼କ ଭିତ୍ତିଭୂମି ପର୍ଯ୍ୟାପ୍ତ ଅଛି, ଦକ୍ଷ ମାନବସମ୍ବଳ ବିଶେଷକରି ଶିଳ୍ପ ଉପଯୋଗୀ କୁଶଳୀ ଓ ଅଣକୁଶଳୀ ସମ୍ବଳ ଅଛି। ଆପଣମାନେ ଶିଳ୍ପ ପ୍ରତିଷ୍ଠା କରିବାକୁ ବା ପୁଞ୍ଜିନିବେଶ କରିବାକୁ ଯେଉଁ ସବୁ ଆବଶ୍ୟକତା ଅଛି ବୋଲି ଭାବୁଛନ୍ତି ତାହା ଏଥିରେ ପୂରଣ ହେଉଥିବ ବୋଲି ଭାବୁଛି। ସେହିପରି ଭାରତ ବିଶ୍ବରେ ପଞ୍ଚମ ସର୍ବବୃହତ୍ଅର୍ଥନୀତି ହୋଇଥିବାବେଳେ ଓଡ଼ିଶା ୨୦୪୭ସୁଦ୍ଧା ୧.୫ଟ୍ରିଲିୟନ (୧ ଲକ୍ଷ ୫୦ ହଜାର) ଡଲାର ଅର୍ଥନୀତିରେ ପହଞ୍ଚିବ ବୋଲି ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଏବେଠୁ ମୂଳଦୁଅା ପଡ଼ିବ। ୨୦୩୬ରେ ସମୃଦ୍ଧ ଓଡ଼ିଶା ଗଠନ କରିବାକୁ ଆମେ ସବୁ ପ୍ରକାରର ପ୍ରସ୍ତୁତି ଆରମ୍ଭ କରିଦେଇଛୁ। ତେଣୁ ଓଡ଼ିଶାରେ ପୁଞ୍ଜିନିବେଶ କରିବା ଅର୍ଥ ଭବିଷ୍ୟତ ପାଇଁ ନିବେଶ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରେଡ (ବାଣିଜ୍ୟ), ଟେକ୍ନୋଲୋଜି (କାରିଗରୀ) ଓ ଟୁରିଜିମ (ପର୍ଯ୍ୟଟନ) ଉପରେ ଗୁରୁତ୍ବ ଦେଉଛନ୍ତି। ଓଡ଼ିଶାରେ ଶିଳ୍ପ, ବାଣିଜ୍ୟ, ପରିବହନ, ନିଯୁକ୍ତି ଆଦି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ନିମନ୍ତେ ଏପରି ଆୟୋଜନ ନିଶ୍ଚିତ ସହାୟକ ହେବ। ଓଡ଼ିଶାର ଯୁବଶକ୍ତିଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ଦକ୍ଷ ମାନବସମ୍ବଳ ସୃଷ୍ଟି କରାଯାଇପାରିବ। କେନ୍ଦ୍ର ସରକାରଙ୍କର ‘ପୂର୍ବୋଦୟ ଅଭିଯାନ’ରେ ଓଡ଼ିଶାରପର୍ଯ୍ୟଟନକୁ ଗୁରୁତ୍ବ ଦିଆଯାଇଥିବା ବେଳେ ସମଗ୍ର ବିକାଶ ଓ ବିପୁଳ ନିଯୁକ୍ତି ସୁଯୋଗ ପାଇଁ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ନିବେଶକମାନଙ୍କ ପାଇଁ ଲାଭଦାୟକ ହେବ। କୌଣସି େଦଶ ଏକାକୀ ବିକଶିତ ହୋଇନି। ସବୁ ଦେଶ ବିକାଶ ପାଇଁ ଅନ୍ୟର ସହଯୋଗ ଲୋଡ଼ିଛନ୍ତି ।
ଆମେ ପ୍ରବାସୀ ଭାରତୀୟଙ୍କ ସହଯୋଗରେ ବିକଶିତ ଭାରତ ଗଢ଼ିବାକୁ ଚାହୁଛୁ। ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଥିଲେ, ଓଡ଼ିଶାରେ ‘ଇଜ୍ ଅଫ୍ଡୁଇଙ୍ଗ୍ ବିଜିନେସ୍’ ଏକ ଆଇଡିଆ ନୁହେଁ ଆମ ଜୀବନଶୈଳୀ ହୋଇଯାଇଛି। ଓଡ଼ିଶା ଶିଳ୍ପପତିଙ୍କ ବିଶ୍ବସନୀୟ ସ୍ଥାନ ହୋଇଛି। ସେଥିପାଇଁ ଭାରତେର ଯେତିକି ପୁଞ୍ଜିନିବେଶ ହେଉଛି ଓଡ଼ିଶା ସେଥିରେ ଅଗ୍ରଣୀ ସ୍ଥାନରେ ଅଛି। ପ୍ରବାସୀ ଭାରତୀୟମାନେ କେବଳ ଓଡ଼ିଶାରେ ନିବେଶ କରନ୍ତୁନି ବରଂ ଓଡ଼ିଶାରେ ବଢ଼ନ୍ତୁ ବୋଲି ଆମେ ଚାହୁଁଛୁ ।
ଏଥିପାଇଁ ସବୁ ପ୍ରକାରର ସହଯୋଗ ଯୋଗାଇ ଦେବୁ। ମୁଖ୍ୟ ସଚିବ ମନୋଜ ଆହୁଜା ଏବଂ ଶିଳ୍ପ ବିଭାଗ ପ୍ରମୁଖସଚିବ ହେମନ୍ତ ଶର୍ମା ଓଡ଼ିଶା କିପରି ଶିଳ୍ପ ପ୍ରତିଷ୍ଠା ପାଇଁ ଉପଯୁକ୍ତ ସ୍ଥାନ ପାଲଟିଛି ସେନେଇ ବକ୍ତବ୍ୟ ରଖିଥିେଲ। ‘ଇପିକଲ୍’ ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂହ ପୁନିଆ ଧନ୍ୟବାଦ ଦେଇଥିଲେ ।ଭୁବନେଶ୍ବର: ଅନ୍ୟ ଦେଶରେ ବସବାସ କରୁଥିବା ଭାରତୀୟମାନେ ସେଠାରେ ଶୀର୍ଷ ନେତୃତ୍ବ ନେବା ସହ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଅଂଶଗ୍ରହଣ କରୁଛନ୍ତି ।
ଭୌଗୋଳିକ ସୀମାରେଖା ସେମାନଙ୍କ ପାଇଁ ପ୍ରତିବନ୍ଧକ ହୋଇନାହିଁ। ଆଜିର ଡିଜିଟାଲ୍ ଯୁଗରେ ଦେଶ ଦେଶ ମଧ୍ୟରେ ଥିବା ବ୍ୟବଧାନ କମିଯାଇଛି। ଦୂର ଦୂରାନ୍ତରୁ ନିଜ ମାତୃଭୂମି ସହ ଯୋଡ଼ି ହେବା ସହଜ ହୋଇପାରିଛି। ପ୍ରବାସୀ ଭାରତୀୟ ୱାଇ.ବି ପ୍ରଭାକରନ (ମାଲେସିଆ), ଈଶାନୀ ଶାଣ୍ଡିଲ୍ୟ(ହଂକଂ), ଡନ୍ ମ୍ୟାକଲେନ ଗିଲ(ଫିଲିଫାଇନସ୍), ମୌଇଉଦିନ ମହମ୍ମଦ ଅଲ୍ଲି(ମସ୍କଟ), ମିସ୍ ରେବତୀ ପିଲାଇ(ଦକ୍ଷିଣ ଆଫ୍ରିକା) ଓ ମିସ୍ ମିକେଲା ପାଣ୍ଡେ(ତ୍ରିନିଦାଦ ଓ ଟୋବାଗୋ) ପ୍ରମୁଖ ପ୍ରବାସୀ ଭାରତୀୟ ନେତୃତ୍ବର ଉଲ୍ଲେଖନୀୟ ଦୃଷ୍ଟାନ୍ତ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡଭିୟ। ୧୮ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ଆୟୋଜିତ ଅଧିବେଶନ ‘ବିଶ୍ବ ପ୍ରେକ୍ଷାପଟ୍ଟରେ ଯୁବ ପ୍ରବାସୀ ଭାରତୀୟଙ୍କ ନେତୃତ୍ବ’ ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ମାଣ୍ଡଭିୟ୧୮ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ଆୟୋଜିତ ଅଧିବେଶନ ‘ବିଶ୍ବ ପ୍ରେକ୍ଷାପଟ୍ଟରେ ଯୁବ ପ୍ରବାସୀ ଭାରତୀୟଙ୍କ ନେତୃତ୍ବ’ ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ମାଣ୍ଡଭିୟ କହିଥିଲେ, ଯୁବ ପ୍ରବାସୀମାନେ ଆମର ଶକ୍ତି ଓ ପ୍ରେରଣାର ମୂଳ ଉତ୍ସ। ଭାରତରେ ଆଇଟି, ଷ୍ଟାର୍ଟଅପ୍, ଏଗ୍ରି ବିଜିନେସ୍ ଓ ଶିକ୍ଷା କ୍ଷେତ୍ରରେ ଯୁବଗୋଷ୍ଠୀଙ୍କର ବଳିଷ୍ଠ ଅବଦାନ ରହିଛି।ଭାରତୀୟ ଅର୍ଥନୀତିରେ ୮% ଅଭିବୃଦ୍ଧି ଆଣିବାରେ ଯୁବଗୋଷ୍ଠୀ ସଫଳ ହୋଇଛନ୍ତି ।
ବିକଶିତ ଭାରତ ନିର୍ମାଣରେ ଯୁବ ନେତୃତ୍ବର ପ୍ରମୁଖ ଭୂମିକା ରହିଛି। ତ୍ରିନିଦାଦ ଓ ଟୋବାଗୋର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ବାସଦେଓ ପାଣ୍ଡେଙ୍କ ସୁପୁତ୍ରୀ ମିକେଲା ପାଣ୍ଡେ କହିଥିଲେ, ଭାରତ ଓ ତ୍ରିନିଦାଦ ଓ ଟୋବାଗୋ ମଧ୍ୟରେ କୌଣସି ପ୍ରଭେଦ ନାହିଁ। ଆଗାମୀ ଦିନରେ ଭାରତ ସହ ସମ୍ପୃକ୍ତ ରହି ତ୍ରିନିଦାଦ ଓ ଟୋବାଗୋରେ ବିକାଶମୂଳକ କାର୍ଯ୍ୟ କରିବାକୁ ଇଚ୍ଛୁକ ବୋଲି ସେ କହିଥିଲେ। ଦକ୍ଷିଣ ଆଫ୍ରିକାରେ ରହୁଥିବା ତାମିଲନାଡ଼ୁ କାଞ୍ଚିପୁରମର ରେବତୀ ପିଲାଇ ସେଠାରେ ଏକ ଉତ୍କର୍ଷକେନ୍ଦ୍ର ସ୍ଥାପନ କରିବାକୁ ଇଚ୍ଛୁକ। ସେହି କେନ୍ଦ୍ରରେ ରୋବୋଟିକ୍ସ, ଏଆଇ ଇତ୍ୟାଦିର ସୁବିଧା ଉପଲବ୍ଧ ହେବ। ଏଥିସହ ଏକ ଅନ୍ଲାଇନ୍ ରେଡିଓ ଚ୍ୟାନେଲ୍ ମଧ୍ୟ ଖୋଲିବାକୁ ଆଗ୍ରହୀ ।
ଏହା ମାଧ୍ୟମରେ ଉଭୟ ଦେଶର ନାଗରିକମାନଙ୍କ ମଧ୍ୟରେ ଭାବ-ବିନିମୟ ସୁଦୃଢ଼ ହେବ। ସେହିପରି ଭାରତର କଳା, ସଂସ୍କୃତି ଓ ପରମ୍ପରାକୁ ଲୋକପ୍ରିୟ କରାଇବାକୁ ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରକାଶ କରିଥିଲେ ହଂକଂର ପ୍ରବାସୀ ଭାରତୀୟ ଈଶାନୀ ଶାଣ୍ଡିଲ୍ୟ। ଫିଲିଫାଇନ୍ସରୁ ଆସିଥିବା ଡନ୍ ମ୍ୟାକଲେନ ଗିଲ ତାଙ୍କ ବକ୍ତବ୍ୟରେ ଇ-ଭିସା ଓ ଭିସା-ଅନ ଆରାଇଭାଲ୍ ପ୍ରଦାନ ପାଇଁ ଭାରତ ସରକାରଙ୍କୁ ଅନୁରୋଧ ଜଣାଇଥିଲେ। ଫଳରେ ଭାରତ ଓ ଫିଲିଫାଇନସ୍ ମଧ୍ୟରେ ସମ୍ପର୍କ ଆହୁରି ମଜଭୁତ ହୋଇପାରିବ ବୋଲି ସେ ମତ ଦେଇଥିଲେ।