
ଭଞ୍ଜନଗର (ଓଡ଼ିଶା ଟୁଡେ): କନ୍ଧମାଳ ରୁ ରାଜଧାନୀ ଭୁବନେଶ୍ୱରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବେଲଗୁଣ୍ଠା ଆମ୍ବପୁଆ ନିକଟରୁ ଗୁରୁବାର ଅବକାରୀ ଟିମ୍ ଏକ ବାଇକ୍ ସହ ୮କେଜି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ଅବକାରୀ ବିଭାଗ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇ ଜଣ ଯୁବକ କେନ୍ଦ୍ରାପଡାର ଜୋର୍ତିମୟ ପରିଡା ଓ ଭୁବନେଶ୍ବରର ପିଣ୍ଟୁ ନାୟକ ।
ସୂଚନା ମୁତାବକ ଗୁରୁବାର ସକାଳେ ଅବକାରୀ ନିରୀକ୍ଷକ ଅଲିଭା ମାଝୀଙ୍କ ନେତୃତ୍ୱରେ ଅବକାରୀ ଟିମ୍ ବେଲଗୁଣ୍ଠା ରାସ୍ତାରେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ଭଞ୍ଜନଗର ପଟୁ ଏକ ବାଇକ୍ ରେ ଦୁଇ ଜଣ ଯୁବକ ଏକ ଅଖା ରେ କିଛି ସାମଗ୍ରୀ ଧରି ଯାଉଥିଲେ।ଅବକାରୀ ଟିମ୍ ର ସନ୍ଦେହ ହେବାରୁ ଯାଞ୍ଚ କରାଯାଇଥିଲା।ଯାଞ୍ଚ ବେଳେ ଅଖାରେ ଗଞ୍ଜେଇ ଥିବା ଜଣା ପଡିଥିଲା।ପରେ ଗଞ୍ଜେଇ ଜବତ କରାଯାଇ ଓଜନ କରାଯାଇଥିଲା।ଜବତ ଗଞ୍ଜେଇର ଓଜନ ୮ କେଜି ଥିବା ଜଣାପଡିଛି।ଏହି ଘଟଣାରେ ବୁଗୁଡା ଅବକାରୀ ଥାନାରେ ୧୦୭/୨୪-୨୫ ରେ ଏକ ମାମଲା ରୁଜ୍ଜୁ ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ନିରୀକ୍ଷକ ଅଲିଭା ମାଝୀ ସୁଚନା ଦେଇଛନ୍ତି।ଜବତ ସମୟରେ ଅବକାରୀ ଇନ୍ସପେକ୍ଟର ଡମ୍ବରୁଧର ହରିଜନ ଙ୍କ ସମେତ ଅବକାରୀ କର୍ମଚାରୀ ଉପସ୍ଥିତ ଥିଲେ।