ଭଞ୍ଜନଗର ବିଧାୟକଙ୍କ ଉପସ୍ଥିତିରେ ଆଉ ଏକ କୃଷ୍ଣସାରକୁ ବାଲୁଖଣ୍ଡ ଅଭୟାରଣ୍ୟ ପଠାଇଲା ଘୁମୁସର ବନବିଭାଗ

ବେଲଗୁଣ୍ଠା (ଅରକ୍ଷିତ ପରିଚ୍ଛା, ଓଡ଼ିଶା ଟୁଡେ): ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥ ପ୍ରସାଦ ରେଞ୍ଜ ବେଲଗୁଣ୍ଠା ସେକ୍ସନ ଲଣ୍ଡେଇହିଲ ରୁ ତୃତୀୟ କୃଷ୍ନସାର ମୃଗ ଆଜି ପୁରୀ ଜିଲ୍ଲାର ବାଲୁଖଣ୍ଡ ଅଭୟାରଣ୍ୟକୁ ପ୍ରେରଣ କରାଯାଇଛି । ଗଞ୍ଜାମ ର ମୃଗସାର ଏବେ ପୁରୀ ଜିଲାରେ ବଂଶବିସ୍ତାର କରିବେ । ଏଭଳି ଲକ୍ଷ ରଖି ଗଂଜାମରୁ ଆଠଟି କୃଷ୍ଣସାର ମୃଗ କୁ ପଠାଯିବାର ଯୋଜନା ରହିଛି । ଆଜି ଜଗନ୍ନାଥପ୍ରସାଦ ରେଞ୍ଜ ବେଲଗୁଣ୍ଠା ସେକ୍ସନର କଣ୍ଡେଇହିଲ ନିକଟରୁ ଏକ କୃଷ୍ଣସାରକୁ କୌଶଳ କ୍ରମେ ବିଭାଗ ଧରିବା ପରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଉପସ୍ଥିତିରେ ପ୍ରେରଣ କରାଯାଇଛି । କୃଷ୍ଣସାରକୁ ଧରିବା ପାଇଁ ବନବିଭାଗ ପକ୍ଷରୁ ଏକ ବିସ୍ତୀର୍ଣ୍ଣ ଅଞ୍ଚଳକୁ ଜାଲି ଘେରାଉ କରି ଏହାରି ମଧ୍ୟରେ ମୁଗ, ବିରି ଆଦି ଗଛ ଲଗାଇ ଖୁବ ଚତୁରତାର ସହ ଦୁଇମାସ ପରିଶ୍ରମ ପରେ ଗୋଟିଏ କୃଷ୍ନସାରକୁ ଗାର୍ଡ ମାନେ ଧରିବାକୁ ସକ୍ଷମ ହୋଇଛନ୍ତି । ଆଜି ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଜଗନ୍ନାଥପ୍ରସାଦ ରେଞ୍ଜର ସୁଜାତା ପଣ୍ଡା, ବେଲଗୁଣ୍ଠା ବନପାଳ ଭେଙ୍କଟରାୟ ଦୋରା ଓ ବିଭାଗୀୟ କର୍ମଚାରୀ ମାନେ ଏହାକୁ ଧରିବା ସହ ଖାଦ୍ୟ ଖୁଆଇ ଛାଡିଛନ୍ତି । ପୂର୍ବରୁ ନଭେମ୍ବର ମାସରେ ଦୁଇଟି କୃଷ୍ଣସାର ମୃଗ ଏହି ଅଞ୍ଚଳରୁ ପ୍ରେରଣ କରାଯାଇଥିଲା ଆଗାମୀ ଦିନରେ ଆଉ ପାଞ୍ଚୋଟି ପଠାଇବା ଯୋଜନା ରହିଥିବା ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *