ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଆସନ୍ତା ୧୮ ତାରିଖରେ ହେବ ପକ୍ଷୀଗଣନା

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଉତ୍ତର ଘୁମୁସର ବନଖଣ୍ଡର ୫ଟି ରେଞ୍ଜର ୨୪ ଟି ଜଳାଶୟ ନିକଟରେ ପକ୍ଷୀ ଗଣନା କରାଯିବ ବୋଲି ପ୍ରାଥମିକ ସ୍ତରରେ ଯୋଜନା ପ୍ରସ୍ତୁତ କରାଯାଇଛି । ଏନେଇ ଆଜି କେନ୍ଦ୍ରୀୟ ନର୍ସରୀ ଠାରେ ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତିଙ୍କ ପୌରହିତ୍ୟରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତଦିନ ସକାଳ ୬ ଟାରୁ ୧୧ ଟା ମଧ୍ୟରେ ପକ୍ଷୀ ଗଣନା ହେବ । ଏଥିପାଇଁ ବାଇନାକୁଲର, ମ୍ୟାପ୍ ସହ ଆବଶ୍ୟକ ଉପକରଣ ସାଙ୍ଗରେ ନେଇ କର୍ମଚାରୀ ମାନେ ପକ୍ଷୀ ଗଣନା କରିବୋ । ଆଗନ୍ତୁକ ପକ୍ଷୀ ମାନଙ୍କ ସହ ଆମ ଅଞ୍ଚଳରେ ଦେଖା ଯାଉଥିବା ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ସଂର୍ପକରେ ଅଧିକ ତଥ୍ୟ ଜାଣିବା ପାଇଁ ଏଭଳି ଗଣନା ହେଉଥିବା ବେଳେ ପକ୍ଷୀ ମାନଙ୍କୁ କିଭଳି ଚିହ୍ନଟ କରାଯିବ ସେ ନେଇ ବର୍ତ୍ତମାନ ଏହି ବନଖଣ୍ଡର ମୁଜାଗଡ, ଗାଲେରୀ, ଜଗନ୍ନାଥପ୍ରସାଦ, ତାରସିଂ ଓ କେନ୍ଦ୍ରୀୟ ବନାଞ୍ଚଳରେ ୨୪ ଟି ଜଳାଶୟ ଚିହ୍ନଟ କରାଯାଇଛି । ତାରସିଂ ବନାଞ୍ଚଳରେ କେବଳ ଗୋଟିଏ ସ୍ଥାନ ରହିଥିବାରୁ ଡିଏଫ୍ଓ ଶ୍ରୀ ମହାନ୍ତି ଅସନ୍ତୋଷ ପ୍ରକାଶ କରିବା ସହ ଏହି ସଂଖ୍ୟା ବଢାଇବା ସହ ଆବଶ୍ୟକ ସ୍ଥଳେ ଅନ୍ୟ ବନାଞ୍ଚଳରେ ମଧ୍ୟ ପକ୍ଷୀ ଗଣନା ସ୍ଥାନ ବୃଦ୍ଧି କରିବାକୁ ଡିଏଫ୍ଓ ଶ୍ରୀ ମହାନ୍ତି ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଏସିଏଫ୍ ବିବେକ ଦାସ, ରଶ୍ମି ରଞ୍ଜନ ସ୍ବାଇଁ, ଗାଲେରୀ ରେଞ୍ଜର ଆଶାଲତା ଦିଗାଲ, ଜଗନ୍ନାଥପ୍ରସାଦ ରେଞ୍ଜର ସୁଜାତାରାଣୀ ପଣ୍ଡା, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥୀରାଜ ପ୍ରଧାନ, ମୁଜାଗଡ ରେଞ୍ଜର ବିମ୍ବାଧର ସାହୁ, କଲେଜ ଛାତ୍ରଛାତ୍ରୀ, ଅଧ୍ୟାପକ, ବନପାଳ, ବନରକ୍ଷୀ ପ୍ରମୁଖ ଉପସ୍ଥିତ ରହି ପକ୍ଷୀ ଗଣନା କିଭଳି କରାଯିବ ପ୍ରଶିକ୍ଷଣ ନେଇଥିଲେ ।

Leave a Reply

Your email address will not be published. Required fields are marked *