ଶ୍ରୀମନ୍ଦିର ଭିତରେ ସେବାୟତଙ୍କର ହୃଦଘାତରେ ମୃତ୍ୟୁ

ପୁରୀ : ଶ୍ରୀମନ୍ଦିର ଭିତରେ ସେବାୟତଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥାରେ ସେବାୟତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶ୍ରୀମନ୍ଦିର ଭିତରେ ସେ ଠାକୁରଙ୍କ ସେବା କରୁଥିଲେ।ସୁଆର ବଡୁ ସେବାୟତ ଜଗନ୍ନାଥ ସୁନାଥାଳି ମଧ୍ୟାହ୍ନ ଧୂପନୀତି ସମୟରେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଚିକିତ୍ସା ଲାଗି ନିଆଯାଇଥିଲା। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି ।

Leave a Reply

Your email address will not be published. Required fields are marked *