
କବିସୂର୍ଯ୍ୟନଗର (ଓଡ଼ିଶା ଟୁଡେ): ମଙ୍ଗଳବାର ଦିନ କବିସୂର୍ଯ୍ୟନଗର ସ୍ଥିତ ଇ.ମାହେଶ୍ବରୀ ଦୋରାଙ୍କ ବାସଭବନ ପ୍ରାଙ୍ଗଣରେ ଘୁମୁସର ଲେଖିକା ସଂସଦ ଭଞ୍ଜନଗର ତରଫରୁ ଶୀତ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାନେତ୍ରୀ ଇ.ମାହେଶ୍ବରୀ ଦୋରା ସଭାପତିତ୍ବ କରିଥିବା ବେଳେ ସଂପାଦିକା ଡଃ ନଳିନୀପ୍ରଭା ଦାସ ସଭା ପରିଚାଳନା କରିଥିଲେ ଏବଂ କବିତା ପାଠ କରିଥିଲେ। ପୁଷ୍ପାଞ୍ଜଳୀ ମହାପାତ୍ର ମୁଖ୍ୟ ଅତିଥି, ଭାଗ୍ୟଲତା ପଣ୍ଡା ମୁଖ୍ୟବକ୍ତା, ଏ.ବ୍ରହ୍ମାନନ୍ଦ ଆଚାରୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସାହିତ୍ୟ ଚର୍ଚ୍ଚା ଓ ଆସରର ଗୁରୁତ୍ବ ଏବଂ ନାରୀ ମାନଙ୍କର ନେତୃତ୍ବ ଭାବ, ସଚେତନତା ଏବଂ ଆଗ୍ରହ ସମାଜର ବିକାଶ କରିବା ସହ ନାରୀଙ୍କୁ ସୁଦୃଢ କରିବ ଏବଂ ସମାଜରୁ କୁପ୍ରଥା , ନିରକ୍ଷରତା ଆଦି ଦୂର ହୋଇ ପାରିବ ବିଷୟରେ ଗୁରୁତ୍ବ ପ୍ରଦାନ କରିଥିଲେ । ଅନ୍ଯ ସଭ୍ଯାଙ୍କ ମଧ୍ଯରେ ଡା.ଗାୟତ୍ରୀ ସାହୁ, ଆରତୀ ସେଠୀ,ରୁନୁବାଳା ଦାଶ, ପୁଷ୍ପାଞ୍ଜଳି ସାହୁ,ସୁଚେତା କୁମାରୀ ସ୍ବାଇଁ,ଶୁଭସ୍ମିତା ଦାଶ ଆଦି କବିତା ପାଠ କରିଥିଲେ। ସଭାନେତ୍ରୀ ମାହେଶ୍ବରୀ ଦୋରାଙ୍କ ଦରିଦ୍ର ନାରାୟଣଙ୍କୁ ଅନ୍ନ ଏବଂ କମ୍ବଳ ବଣ୍ଟନରେ ଲେଖିକା ସଂସଦର ସଦସ୍ଯାମାନେ ସହଯୋଗ କରିଥିଲେ। ସଭା ଶେଷରେ ଆରତୀ ସେଠୀ ଧନ୍ଯବାଦ ଅର୍ପଣ କରିଥିଲେ।