
ଭଞ୍ଜନଗର (ଅରକ୍ଷିତ ପରିଛା , ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ କୁଲାଡ଼ ସ୍ଥିତ କବିସମ୍ରାଟ ବିଦ୍ୟାପୀଠ ହାଇସ୍କଲର ୧୯୯୪ ମ୍ୟାଟ୍ରିକ ବ୍ୟଚ ଛାତ୍ରଛାତ୍ରୀଙ୍କୁ ନେଇ ଦୀର୍ଘ ତିରିଶ ବର୍ଷ ପରେ ପୁରାତନ ଛାତ୍ର ବୁଲୁ ସାହୁ ଲଷ୍ମୀ ବେହେରା, ସୁନୀଲ ବେହେରା, କପିଳା ପାତ୍ରଙ୍କ, ସଂଜୀବ ପାତ୍ର ଙ୍କ ଆହ୍ବାନ କ୍ରମେ କୁଲାଡ଼ ଗ୍ରାମ ର ଶ୍ରୀ ଜଗନ୍ନାଥ ମନ୍ଦିର ପାଖ ପାନ୍ଥ ଶାଳ ଠାରେ ଦ୍ୱତୀୟ ଥର ପାଇଁ ଏକ ବନ୍ଧୁମିଳନର ଆୟୋଜନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ, ପୂର୍ବ ପ୍ରତିଶ୍ରୁତି ଅନୁଯାଇ ପ୍ରତିବର୍ଷ ଜାନୁଆରୀ ମାସରେ ବଂଧୁମିଳନ ହେବା ନେଇ ସହମତି ପ୍ରକାଶ ପାଇଥିଲା ଆଉ ଏ ନେଇ ପହିଲି ଭୋଗର ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କବି ସମ୍ରାଟ ବିଦ୍ୟା ପୀଠରେ ସେ ସମୟ ଶିକ୍ଷା ଦେଉଥିବା ଅବସର ପ୍ରାପ୍ତ ଦୁଇ ଗୁରୁ ପୂର୍ଣ୍ଣଚନ୍ଦ୍ର ଦାଶ ଓ ମନୋରଞ୍ଜନ ପତି ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ l ଗୁରୁ ଓ ଛାତ୍ର ଜୀବନରେ ଘଟିଯାଇଥିବା ଅନୁଭୂତି ବଣ୍ଟାବଣ୍ଟି ହେବା ପରେ ବଂଧୁ ମିଳନର ସମୟ ଅତି ଆନନ୍ଦଦାୟକ ଥିବାନେଇ ବଂଧୁମାନେ ପ୍ରକାଶ କରିଥିଲେ । ଉକ୍ତ ମିଳନ ପର୍ବ ରେ ସୁଜ୍ଞାନୀ ପାଢ଼ୀ, ଅରୁନ୍ଧତୀ ସାହୁ, ସନ୍ଧ୍ୟା ରାଣୀ ଷଢଙ୍ଗୀ, ଝିଲି ସାହୁ ଭାନୁବତୀ ପାଢ଼ୀ, ପ୍ରଭାତ ବିଶ୍ୱାଳ, ସୁକାନ୍ତ ମଳିକ, ଭଗବାନ ବିଷୋୟୀ, ଟୁନା ବେହେରା, ଲକ୍ଷ୍ମୀ ସେଠୀ, ରୁଦ୍ରପ୍ରସାଦ ତ୍ରିପାଠୀ ଏଭଳି ପାଖାପାଖୀ ମୋଟ ୪୫ ଜଣ ଯୋଗ ଦେଇଥିବା ବେଳେ ଏତେ ଦିନ ପରେ ହୋଇ ଥିବା ବନ୍ଧୁମିଳନ କାର୍ଯ୍ୟକ୍ରମ କୁନେଇ ସମସ୍ତଙ୍କ ମନରେ ଖୁସିର ଲହରୀ ଦେଖିବାକୁ ମିଳିବା ସହ ସମସ୍ତଙ୍କ ସହଯୋଗ ମଧ୍ୟ ରହିଥିଲା l