ନିମାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟର ୬୧ତମ ବାର୍ଷିକୋତ୍ସବ

ବାମନାଳ: ନିମାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟର ୬୧ତମ ବାର୍ଷିକୋତ୍ସବ ଶନିବାର ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ସାଂସଦ ସମ୍ବିତ ପାତ୍ର ମୁଖ୍ୟ ବକ୍ତା ଏବଂ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ସମ୍ନାନୀତ ଅତିଥି ଭାବେ ଯୋଗଦେଇ ଥିଲେ।ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଉପସ୍ଥିତ ଥିବାବେଳେ ଅଧ୍ୟକ୍ଷା ପୁଷ୍ପିତା ରାଜଗୁରୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ।

ନିମାପଡ଼ା ମହାବିଦ୍ୟାଳୟର ବାର୍ଷିକ କ୍ୟାଲେଣ୍ଡର୍ ଓ ବାର୍ଷିକ ମୁଖପତ୍ର ଏହି ସଭାରେ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ ହୋଇଥିଲା।

ମହାବିଦ୍ୟାଳୟ ଓଡ଼ିଆ ବିଭାଗର କବିତା ସଙ୍କଳନ ପ୍ରୟାସ ଏବଂ ବାଣିଜ୍ୟ ବିଭାଗର ଇ-ମାଗାଜିନ୍ ଓ ମହାବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ଅତିଥିମାନଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା ।
ଏହି ଅବସରରେ ମହାବିଦ୍ୟାଳୟ ସ୍ତରରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *