କଳାହାଣ୍ଡି ଜିଲ୍ଲା ସଂସ୍କୃତି ଭବନ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ

କଳାହାଣ୍ଡି (ପର୍ଶୁରାମ ସିନ୍ଦୁର, ଓଡିଶା ଟୁଡ଼େ) କଳାହାଣ୍ଡି ଜିଲ୍ଲା ନୂତନ ସଂସ୍କୃତି ଭବନ ନିର୍ମାଣ ନିମନ୍ତେ ସରକାରଙ୍କ ଅନୁମୋଦନ କ୍ରମେ 5,49,95,200 ଟଙ୍କା ର ବଜେଟ ରେ ସ୍ଥାନୀୟ ଆଇନ ମହାବିଦ୍ୟାଳୟ ଭବାନୀପାଟଣା ନିକଟରେ ନିର୍ମାଣ ହେବାକୁଥିବା ନୂତନ ସଂସ୍କୃତି ଭବନ ର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଆଜି ମୁଖ୍ୟ ଅତିଥି ଭାବେ ସୂର୍ଯ୍ୟ ବଂଶୀ ସୂରଜ, ମାନ୍ୟବର ମନ୍ତ୍ରୀ ଉଚ୍ଚ ଶିକ୍ଷା କ୍ରୀଡା ଓ ଯୁବ ସେବା ଏବଂ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଯୋଗଦେଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ନୂତନ ସରକାର ଆସିଲା ପରେ କଳାହାଣ୍ଡି ଜିଲ୍ଲାରେ ପ୍ରଥମ ସଂସ୍କୃତି ଭବନ ର ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ମାନ୍ୟବର ମନ୍ତ୍ରୀ ଯୋଗଦେଇ କଳାହାଣ୍ଡି ର ଲୋପ ପାଇଯାଉଥିବା ନୃତ୍ୟ, କଳା, ସଙ୍ଗୀତ, ନାଟକ ଓ କଳାକାରଙ୍କର ବିକାଶ ଓ ଉନ୍ନତି ପାଇଁ ସରକାରଙ୍କ ପ୍ରଚେଷ୍ଟା ଜାରିରହିଛି ଏବଂ ଏଥିପାଇଁ କଲଚର୍ ପଲିସି ରେ ରଖାଯାଇଛି, ଲୋକଙ୍କର ସୁବିଧା ପାଇଁ ନୂତନ ନିର୍ମାଣ ହେବାକୁ ଥିବା ସଂସ୍କୃତି ଭବନ ରେ ଇ ଲାଇବ୍ରେରୀ ର ବ୍ୟବସ୍ଥା ରଖାଯାଇଛି ବୋଲି ମାନ୍ୟବର ମନ୍ତ୍ରୀ ସୂଚନା ଦେଇଥିଲେ। ଏବଂ ଜିଲ୍ଲା ର ଶିକ୍ଷା, ସାହିତ୍ୟ, ସଂସ୍କୃତି, କ୍ରୀଡା ଓ ଯୁବ ସେବା ର ବିକାଶ ଓ ଉନ୍ନତି ପାଇଁ ସରକାର ଗୁରୁତ୍ଵ ଦେଇ ଆବଶ୍ୟକ ସହାୟତା ଯୋଗାଇଦେବ ବୋଲି ପ୍ରକାଶ କରିଥିଲେ। ଜିଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମାଳବିକା ଦେବୀ ମାନ୍ୟବର ସାଂସଦ କଳାହାଣ୍ଡି, ମାନ୍ୟବର ସାଂସଦ ରାଜ୍ୟ ସଭା ସୁଜିତ କୁମାର, ମାନ୍ୟବର ବିଧାୟକ ଧର୍ମଗଡ଼ ସୁଧୀର ରଞ୍ଜନ ପାଟଯୋଷୀ, ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ ଯୋଗଦେଇ ଥିଲେ । କଳାହାଣ୍ଡି ଉତ୍ସବ ଘୁମୁରା ର ଉଦଯାପନୀ ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିବା ସହିତ ସଂସ୍କୃତି ଭବନ ର ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବାରୁ ମାନ୍ୟବର ମନ୍ତ୍ରୀ ଙ୍କୁ ଜ଼ିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ । କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା କୁ ଅଧିକ ପ୍ରସାର ପ୍ରଚାର କରିବା ସହିତ ବିଶ୍ଵ ଦରବାରରେ କିପରି ପହଞ୍ଚିବ ସେଥିପାଇଁ ମାନ୍ୟବର ମନ୍ତ୍ରୀ ସ୍ଵତନ୍ତ୍ର ଦୃଷ୍ଟି ଦେବା ପାଇଁ ସଂସାଦ ମାଳବିକା ଦେବୀ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର ୱାନ ସ୍ଵାଗତ ଅଭିଭାଷଣ ଦେଇଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *