ରାଜ୍ୟ ସ୍ତରୀୟ କାୟକଳ୍ପ ଟିମ୍ ର ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ରାଜ୍ୟ ସ୍ତରୀୟ କାୟାକଳ୍ପ ଟିମ୍ ଗଞ୍ଜାମ ଜିଲ୍ଲା ଗ୍ରସ୍ତର ଆସି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ବୁଲି ଦେଖିଛନ୍ତି । ତିନି ଜଣିଆ ଟିମ୍ ଶୁକ୍ରବାର ଭଞ୍ଜନଗର ଉପଖଣ୍ତ ଚିକିତ୍ସାଳୟ ପରିଦର୍ଶନ କରି ବିଭିନ୍ନ ଦିଗକୁ ସମୀକ୍ଷା କରି ଫେରିଛନ୍ତି । ଏସ୍ଏଚ୍ଏସ୍ ର ସିଇଓ ଡ.ରାମକୃଷ୍ଣ ଶତପଥୀ, ପିପିପିର କନ୍ସଲ୍ଟାଣ୍ଟ୍ ଅନୁଜା ବେହେରା ଓ ୟୁନିସେଫ୍ ର ଡା.ସମ୍ବିତ ଜେନା ପ୍ରମୁଖ ଆଜି ପୂର୍ବାହ୍ନରେ ଭଞ୍ଜନଗର ମେଡିକାଲ ପରିସରରେ ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ । ଡାକ୍ତରଖାନାରେ ସମସ୍ତ ସରକାରୀ କାର୍ଯ୍ୟକ୍ରମ କିଭଳି ଭାବେ ଚାଲିଛି ଏନେଇ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ବୁଲି ଦେଖିଥିଲେ । ଏଥିସହ ଆବଶ୍ୟକୀୟ ମେଡିକାଲ ଯନ୍ତ୍ରପାତି, ଔଷଧ ଯୋଗାଣ ଓ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ନେଇ ଅଧିକାରୀ ଓ ପରିଚାଳକଙ୍କ ସହ ଆଲୋଚନା କରିଥିଲେ । ଓପିଡି ଓ ଇନ୍ ଡୋରକୁ କେତେ ସଂଖ୍ୟକ ରୋଗୀ ଆସୁଛନ୍ତି ତାର ଯାଞ୍ଚ କରିଥିଲେ। ଏଥିସହ ପାନୀୟ ଜଳର ସୁବିଧା ବିଷୟରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ପଚାରି ବୁଝିଥିଲେ । ଅନ୍ତଃବିଭାଗରେ ରୋଗୀ ରହିଥିବା ବେଳେ ସେଠାରେ ସଫେଇ କିଭଳି ହେବ ସେନେଇ ମଧ୍ୟ ପରାମର୍ଶ ଦେଇଥିଲେ । ଏସ୍ଏନ୍ସିୟୁ, ରକ୍ତ ଭଣ୍ଡାର, ଏଆର୍ଟି ସେଣ୍ଟର, ଲଣ୍ଡ୍ରି, କିଚେନ୍ ପ୍ରଭୃତି ବୁଲି ଦେଖିଥିଲେ । କାଗଜପତ୍ର ଓ ଆକାଉଣ୍ଟ ଯାଞ୍ଚ କରିଥିଲେ । ମେଡିକାଲ ଅଧିକ୍ଷକ ଡା.ସୀତାଂଶୁ ଶେଖର ଶତପଥୀ ସ୍ବାଗତ କରିଥିବା ବେଳେ ମେଡିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ ଗସ୍ତ ସମୟରେ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *