ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ବେଆଇନ କରତ କଳ ଚଢଉ

ଭଞ୍ଜନଗର (ଅରକ୍ଷିତ ପରିଛା , ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଏକ ବେଆଇନ କରତକଳ ଉପରେ ଚଢଉ କରାଯାଇଛି । କାଳିଆଗୁଡା ଗ୍ରାମରେ ଜଣଙ୍କ ଘର ପଛ ପଟେ ଚାଲିଥିବା ଏହି କରତକଳ ଦୀର୍ଘଦିନ ଧରି ଲୁଚାଛପାରେ ଚାଲିଥିବା ବେଳେ ଖବର ପାଇଁ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ବରେ ମୁଜାଗଡ, ଗାଲେରୀ, ତାରସିଂ, ଜଗନ୍ନାଥପ୍ରସାଦ ରେଞ୍ଜର ଅଧିକାରୀ ଓ କର୍ମଚାରୀ ମାନେ ଅତର୍କିତ ଭାବେ ଚଢଉ କରିଥିଲେ । ଏହି ଚଢଉରେ ଗାଙ୍ଗପୁର ପୁଲିସର ମଧ୍ୟ ସହାୟତା ନିଆଯାଇଥିଲା । ସେଠାରୁ ପ୍ରାୟ ୮୭ ସିଏଫ୍ଟି ମୂଲ୍ୟବାନ କାଠ ଜବତ କରାଯାଇଥିବା ବେଳେ ସେଥିରେ ଶାଗୁଆନ,ଶାଳ କାଠ ରହିଥିବା ବେଳେ କିଛି ପଟା ମଧ୍ୟ ଜବତ ହୋଇଥିବା କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥୀରାଜ ପ୍ରଧାନ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଜଣକ ସେଠାରୁ ଫେରାର୍ ହୋଇଯାଇଥିବା ବେଳେ ବିଭାଗୀୟ ଅଧିକାରୀ ମାନେ କାଠ ମିଲରେ ବ୍ୟବହାର ହେଉଥିବା ଯନ୍ତ୍ରାଂଶ ସହ ଏକ ଟ୍ରାକ୍ଟର ଜବତ କରାଯାଇଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ତେବେ ଅଭିଯୁକ୍ତ ଜଣକ ଫେରାର୍ ରହିଥିବା ବେଳେ ତଦନ୍ତ ଆରମ୍ଭ କରାଯିବା ସହ ଅଭିଯୁକ୍ତ ସଂର୍ପକରେ ସନ୍ଧାନ ଜାରି ରହିଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *