ଭଞ୍ଜନଗର: ନାବାଳିକାକୁ ଅପହରଣ ମାମଲାରେ ଅଭିଯୁକ୍ତ ଗିରଫ

ଭଞ୍ଜନଗର (ଅରକ୍ଷିତ ପରିଛା , ଓଡ଼ିଶା ଟୁଡେ): ତାରାସିଙ୍ଗି ଥାନା ରାଣୀକିଆରୀ ଗ୍ରାମର ଜୈନିକ ନାବାଳିକା କୁ ଅପହରଣ ମାମଲାରେ ପୁଲିସ ଅଭିଯୁକ୍ତ ପଦ୍ମଚରଣ ନାଇକ ଓରଫ (ଲଣ୍ଡା) କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ପ୍ରକାରେ,ଲେମ୍ଭେଇ ନିକଟସ୍ଥ ମାଙ୍କଡ଼କୁମ୍ପା ଗ୍ରାମର ଲଣ୍ଡା ନାଇକ ରାଣୀ କିଆରୀ ଗ୍ରାମର ଜୈନିକ ନାବାଳିକା ଝିଅକୁ ଅପହରଣ କରିଥିବା ନେଇ ତାର ମାଆ ତାରାସିଙ୍ଗି ଥାନାରେ ଅଭିଯୋଗ କରିଥିଲେ। ଏ ନେଇ କେସନଂ ୪୦/୨୫ ରେ ପୁଲିସ ଏକ ମାମଲା ରୁଜୁ କରି ଅପହୃତ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଲଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *