କେସିଙ୍ଗାରେ ବାଇପାସ ରାସ୍ତା ନିର୍ମାଣ ପାଇଁ ସାଂସଦ ଙ୍କୁ ତିନି ଦଫା ଦାବି ପତ୍ର ପ୍ରଦାନ

କଳାହାଣ୍ଡି (ପର୍ଶୁରାମ ସିନ୍ଦୁର,ଓଡ଼ିଆ ଟୁଡ଼େ ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ର ଆଗାମୀ ଭବିଷ୍ୟତ ପାଇଁ କେସିଙ୍ଗା ବାଇପାସ୍ କ୍ରିୟାନୁଷ୍ଠାନ କମିଟି ରସଦସ୍ୟ ମାନେ ମଙ୍ଗଳବାର ମାନ୍ୟବରରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କୁ ସାକ୍ଷାତ କରି କେସିଙ୍ଗା ର ଉନ୍ନତି ଉପରେ ତିନି ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି ।କେସିଙ୍ଗା ର ଏହି ବାଏପାସ କ୍ରିୟାନୁଷ୍ଠାନ କମିଟି କେସିଙ୍ଗା ସହର ପାଇଁ ଏକ ବାଏ ପାସ ରାସ୍ତା ନିର୍ମାଣ ପାଇଁ ଦିନରାତି ଏକ କରିଛି ତୁହାକୁ ତୁହା ବୈଠକ ସାଙ୍ଗକୁ ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ସମେତ ବିଭିନ୍ନ ନିର୍ବାଚିତ ପ୍ରତିନିଧୁ ମାନଙ୍କୁ ସାକ୍ଷାତ କରି କେସିଙ୍ଗା ର ଭବିଷ୍ୟତ ପାଇଁ ସହରରେ ପାଇଁ ଏକ ବାଇପାସ୍ ରାସ୍ତା କେତେ ଆବଶ୍ୟକ । ସେହି ଉପରେ ଆଲୋଚନା କରୁଛନ୍ତି।ବିଗତ ଦିନ ମାନଙ୍କରେ କଳାହାଣ୍ଡି ଲୋକସଭା ସାଂସଦ, ଜିଲ୍ଲାପାଳ କଳାହାଣ୍ଡି ଙ୍କୁ ଆଗରୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ସମସ୍ତେ ଯଥା ସହଯୋଗ କରିବା ପାଇଁ କଥା ଦେଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଭଲସମ୍ଭବଖବର ମିଳିନାହିଁ।ସେଥ୍ ପାଇଁ କେସିଙ୍ଗା ବାଇପାସ୍ କ୍ରିୟାନୁଷ୍ଠାନ କମିଟି ନିଜର ମାଆ ମାଟି ର ସୁରକ୍ଷା ପାଇଁ ରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କୁ ସାକ୍ଷାତ କରି ବାଇପାସ୍ ରାସ୍ତା ବିଷୟରେ ଆଲୋଚନା କରିଛନ୍ତି। କମିଟି ର କହିବା ଅନୁଯାୟୀ ଅମାଠ ଠାରୁ ଜୁନାଗଡ଼ ପର୍ଯ୍ୟନ୍ତ ଆଗାମୀ ଦିନରେ ଫୋର ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ହେବ ସେଥ୍ ପାଇଁ ଭବାନୀପାଟଣା ଓ ଜୁନାଗଡ଼ ପାଇଁ ଯଦି ବାଇପାସ୍ ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ସରକାର ସହମତି ପ୍ରକାଶ କରିଛି ତାହା ହେଲେ କଳାହାଣ୍ଡି ର ଦ୍ୱାର କେସିଙ୍ଗା ପାଇଁ କାହିଁକି ବାଇପାସ୍ ରାସ୍ତା ପାଇଁ ସହମତି ଦେଉ ନାହିଁ ।ବିଗତ ଦିନ ମାନଙ୍କରେକେସିଙ୍ଗା ପ୍ରତି ଅନେକ ଅବହେଳା କରାଯାଇଛି ଯାହା ବି ହେଇଛି ଆନ୍ଦୋଳନ ପରେ ହେଇଛି ତେଣୁ ବାଇପାସ୍ ରାସ୍ତା ନିର୍ମାଣ ବିଷୟରେ କିଛି ଭଲ ଖବର ନ ମିଳିଲେ ଆଗାମୀ ଦିନରେ କେସିଙ୍ଗା ଜନସାଧାରଣ ପୁଣିଥରେ ଆନ୍ଦୋଳନ ର ପନ୍ଥା ଗ୍ରହଣ କରିବେ ବୋଲି ବାଇପାସ୍ କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ମାନେ ପ୍ରକାଶ କରିଛନ୍ତିଆଜିର ଦାବୀ ପତ୍ର ପ୍ରଦାନ ସମୟରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ,ମହେନ୍ଦ୍ର ନାଏକ ଦେବେନ୍ଦ୍ର ଭୁଜବଳ, ସୁରେଶରାଓ,ଦୟା ସୁନାନୀ, ଉମେଶ ନାୟକଓଅନ ନ୍ୟ କ ର୍ମ କ ଭାଁ । ମାନେଉପସ୍ଥିତଥିଲେ ।

Leave a Reply

Your email address will not be published. Required fields are marked *