
ପୋଚାଲୁଣ୍ଡି (ଅରକ୍ଷିତ ପରିଛା , ଓଡ଼ିଶା ଟୁଡେ): ମା କାଳୀ କୃଷକ ବିଦ୍ୟାପୀଠ, ପୋଚାଲୁଣ୍ଡିର ବାର୍ଷିକୋତ୍ସବ ପାଳିତ ହୋଇଯାଇଅଛି।ବିଦ୍ଯାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରମାରଞ୍ଜନ ମିଶ୍ରଙ୍କ ସଭାପତିତ୍ବରେ ଭଞ୍ଜନଗରର ଅବସର ପ୍ରାପ୍ତ ବନ କର୍ମଚାରୀ ତଥା ବନ୍ଯପ୍ରାଣ ରକ୍ଷକ ଓ ସମାଜ ସେବି ଶ୍ରୀଯୁକ୍ତ ଶୁଳପାଣି ଶତପଥୀ ମୁଖ୍ଯ ଅତିଥି ଓ ମୁଖ୍ଯ ବକ୍ତା ଭାବେ ଯୋଗଦେଇଥିଲେ।ସମ୍ମାନୀତ ଅତିଥୀ ଭାବେ ବିଦ୍ଯାଳୟର ପ୍ରତିଷ୍ଠାତା ତଥା ପୂର୍ବତନ PTM ସଭାପତି ଶ୍ରୀଯୁକ୍ତ ଭାଷ୍କର ଚନ୍ଦ୍ର ଜେନା ,ବାଲିପଦର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଈ.ନୀଳାଞ୍ଚଳ ପାତ୍ର,ବିଷ୍ଣୁଚକ୍ର କ୍ଳଷ୍ଟରର CRCC ଶ୍ରୀ ସନୋଷ କୁମାର ଡାକୁଆ, ଯୁବ ସ୍ବେଚ୍ଛାସେବୀ ଶ୍ରୀଯୁକ୍ତ ଶୁଭାଶିଷ ମହାପାତ୍ର ଏବଂ ବିଦ୍ଯାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରମା ରଞ୍ଜନ ମିଶ୍ର ପ୍ରମୁଖ ମଞ୍ଚାସୀନ ରହି ,ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ।ଏହା ସହିତ ଶିକ୍ଷକ ଶ୍ରୀ ବେଦବ୍ୟାସ ଷଡଙ୍ଗୀଙ୍କ ତତ୍ତ୍ବାବଧାନରେ ଜଗନ୍ନାଥ ଅଷ୍ଟକମ ଓ ଦୀପ ପ୍ରଜ୍ବଳନ ମନ୍ତ୍ର ଗାନକରିଥିଲେ ।ଏହାସହିତ ସ୍ବାଗତ ନୃତ୍ୟ ଛାତ୍ରୀମାନେ ପରିବେଷଣ କରିଥିଲେ।ବିଦ୍ଯାଳୟର ପ୍ରଧାନଶିକ୍ଷକ ବାର୍ଷିକ ବିବରଣୀ ପାଠ କରିଥିଲେ।ମଞ୍ଚାସୀନ ଅତିଥିବୃନ୍ଦ ଛାତ୍ର ଛାତ୍ରୀମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ ଗଠନରେ ଅଭିଭାବକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ।ଶ୍ରୀଯୁକ୍ତ ଶୂଳପାଣି ଶତପଥିଙ୍କ ତତ୍ତ୍ବାବଧାନରେ ସଡକ ସୁରକ୍ଷା ବୃକ୍ଷ ରୋପଣ, ନିଶା ନିବାରଣ, ବନ୍ୟଜନ୍ତୁ ସୁରକ୍ଷା ,ଜଙ୍ଗଲ ସୁରକ୍ଷା ଓ ସ୍ବାସ୍ଥ୍ୟରକ୍ଷା ନିୟମ ବିଷୟରେ ସଚେତନତା କରାଇଥିଲେ।ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗିଙ୍କୁ ପୁରଷ୍କୃତ କରାଯିବା ସହ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ବନପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶ୍ରୀ ରଶ୍ମିରଞ୍ଜନ ଅଟୋ ଅତି ନିକ୍ଷୁଣ ମଞ୍ଚ ପରିଚାଳନା କରିଥିଲେ।ବିଦ୍ଯାଳୟର ଶିକ୍ଷୟତ୍ରୀ ଶୁଶ୍ରୀ ପିଙ୍କି ବେହେରା ,ଶିକ୍ଷକ ବାପିନି ସେଠି ଓ ଅଜୟ କୁମାର ପରିଡା ତତ୍ତ୍ବାବଧାନରେ ଛାତ୍ର ଛାତ୍ରୀମାନେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ।ଏହି ଉତ୍ସବର ସୁପରିଚାଳନା ନିମନ୍ତେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।ସଭାଶେଷରେ ମଞ୍ଚାସୀନ ଅତିଥିମାନଙ୍କୁ ବରିଷ୍ଠ ଶିକ୍ଷୟତ୍ରୀ ରଶ୍ମିତା ନାଏକ ଧନ୍ଯବାଦ ଅର୍ପଣ କରିଥିଲେ।