ଶ୍ରୀକ୍ଷେତ୍ରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ :ଶ୍ରୀପଞ୍ଚମୀ ଦିନ ରଥଯାତ୍ରାର ଆଦ୍ୟ ପର୍ବ ପୂର୍ବକ ରଥକାଠ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ। ଏହିଦିନ ତିନିଟି ୧୨ ଫୁଟିଆ ଧଉରା କାଠକୁ ବିଧିପୂର୍ବକ ପୂଜାର୍ଚ୍ଚନା କରାଯିବ। ଏହା ପୂର୍ବରୁ ଆଜି ପ୍ରଥମ ପର୍ଯ୍ୟାୟରେ ନୟାଗଡ଼ ବନଖଣ୍ଡ ଦଶପଲ୍ଲା ବନାଞ୍ଚଳରୁ ୧୦୧ ଖଣ୍ଡ ରଥ କାଠ ରଥଖଳା ନିକଟରେ ପହଞ୍ଚିଛି। ଯେଉଁଥରେ ୪୮ ଖଣ୍ଡ ଅସନ ଓ ୫୩ ଖଣ୍ଡ ଧଉରା କାଠ ରହିଛି। ସୂଚନାଯୋଗ୍ୟ, ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ଗତବର୍ଷର ୫୧ ଖଣ୍ଡ କାଠ ବଳକା ରହିଛି। ଚଳିତବର୍ଷ ଆଉ ୭୧୪ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ଏହା ନୟାଗଡ଼ ବନଖଣ୍ଡ ଓ ଆଖପାଖ ବନଖଣ୍ଡରୁ ଆଣିବାକୁ ଯୋଜନା କରାଯାଇଛି ।

Leave a Reply

Your email address will not be published. Required fields are marked *