
ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଭଞ୍ଜନଗର କନ୍ଧମାଳ ସୀମାନ୍ତ ରଣବା ନିକଟରେ ବୁଧବାର ସନ୍ଧ୍ୟା ସମୟରେ ଏକ ଅଟୋ ଓଲଟି ୭ ଜଣ ଗୁରୁତର ଆହାତ ହୋଇଛନ୍ତି। ଆହାତ ମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରାଯାଇଛି । ଭଞ୍ଜନଗର ବ୍ଳକ ହାତୀଗୁଡା ଗ୍ରାମର କିଛି ବ୍ୟକ୍ତି ଏକ ଅଟୋରେ ରଣବା ରାସ୍ତା ଦେଇ ସୋରଡ଼ା ଯାଉଥିଲେ । ଏହି ସମୟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଅଟୋରେ ବସିଥିବା ପ୍ରଭାସିନୀ ନାୟକ(୩୬),ସମୀର ସ୍ବାଇଁ(୨୭),ସନ୍ତୋସିନୀ ଦାସ(୩୫),ପୁଜା ସ୍ବାଇଁ(୨୦),ଭୀମ ସ୍ବାଇଁ(୫୫),ଶାଲିନି ନାୟକ(୬),ଶୁଲୁ ସ୍ବାଇଁ(୨୦) ଆହାତ ହୋଇଛନ୍ତି । ଅଟୋ ଚାଳକ ସମୀର ମଧ୍ୟ ଗୁରୁତର ଆହାତ ହୋଇଛନ୍ତି । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ପଠାଇଥିବା ସୂଚନା ମିଳିଛି । ତେବେ ଏମାନଙ୍କ ମଧ୍ୟରେ ପୂଜାର ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।