ଭଞ୍ଜନଗର ୟୁନିକ୍ ଡ୍ୟାନ୍ସ ଏକାଡେମୀ ବାର୍ଷିକ ଉତ୍ସବରେ ମୁଖ୍ୟ ଆକର୍ଷଣ ଓଲିଉଡ କଳାକାର

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଭଞ୍ଜନଗର ଜେଲ ପଡ଼ିଆରେ ଆସନ୍ତା ୩୧ତାରିଖରେ ଅଗ୍ରଣୀ ନୃତ୍ୟାନୁଷ୍ଠାନ ୟୁନିକ୍ ଡ୍ୟାନ୍ସ ଏକାଡେମୀର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥି ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସମ୍ମାନିତ ଅତିଥି ରୂପେ ଅନୁଷ୍ଠାନର ଉପଦେଷ୍ଟା ତଥା ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁଜିତ କୁମାର ନାୟକ,ଥାନା ଅଧିକାରୀ କୁମର ମୁଦୁଲି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ଏଥିରେ ଭଞ୍ଜନଗର ଅଞ୍ଚଳର ବହୁ ମହାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରିବା ସହ ୟୁଡିଏ’ର ଛାତଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ନୂଆ ଓଡ଼ିଆ ଚଳଚ୍ଚିତ୍ର ଦେବକନ୍ୟା’ର ଚର୍ଚ୍ଚିତ ଅଭିନେତା ଶୁଭାଶିଷ (ମଣ୍ଟୁ), ଅଭିନେତ୍ରୀ ସୁଶ୍ରୀ ଓ ନୂତନଙ୍କ ସମେତ ଏହାର ନିର୍ଦ୍ଦେଶକ ଓ ନିର୍ମାତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ତେଣୁ ଏଭଳି ଏକ ନିଆରା କାର୍ଯ୍ୟକ୍ରମରେ ସ୍ଥାନୀୟ ଦର୍ଶକଙ୍କ ସମେତ ଆଖପାଖ ଅଞ୍ଚଳର ବହୁ ଜନସାଧାରଣ ଯୋଗ ଦେବେ ବୋଲି ୟୁଡିଏ’ର ମୁଖ୍ୟ ପରିଚାଳକ ଜୟକୃଷ୍ଣ ପଟ୍ଟନାୟକ ଏବଂ ନିର୍ଦ୍ଦେଶକ ପିଣ୍ଟୁ ବିଷୋୟୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *