ଭଞ୍ଜନଗର: ନିଆରା ଢଙ୍ଗ ରେ ବିବାହ ବାର୍ଷିକ ପାଳିଲେ ରାକେଶ ଏବଂ ସଂଗୀତା

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ନିଜର ବିବାହ ବାର୍ଷିକୀ ଦିନକୁ ସ୍ମରଣୀୟ କରିବା ପାଇଁ ଅନେକ ଏହି ଦିବସକୁ ନିଜ ପ୍ରିୟଜନଙ୍କ ଗହଣରେ ପାଳନ କରିଥାନ୍ତି। ଏଥିପାଇଁ ବହୁ ଅର୍ଥ ମଧ୍ୟ ଖର୍ଚ୍ଚ କରି ଆଡମ୍ବର ସହକାରେ ଏହି ଦିନକୁ ପାଳନ କରିଥାନ୍ତି। କିନ୍ତୁ ଦୁନିଆରେ ଏଭଳି ମଧ୍ୟ କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଅତି ଆଡମ୍ବରରେ ନିଜର ସ୍ବତନ୍ତ୍ର ଦିନକୁ ପାଳନ ନ କରି ଗରୀବ ଅସହାୟଙ୍କୁ କମ୍ବଳ ଓ ଶୁଖିଲା ଖାଦ୍ୟ ପ୍ରଦାନ କରିବା ସହ କୁନି ପିଲାଙ୍କୁ ଚକଲେଟ୍ ବିସ୍କୁଟ ଦେଇ ନିଜର ବିବାହ ବାର୍ଷିକୀକୁ ସ୍ମରଣୀୟ କରିଛନ୍ତି। ଏଭଳି ଏକ ଦମ୍ପତି ହେଉଛନ୍ତି ‘ବିପଦର ବନ୍ଧୁ’ ଅନୁଷ୍ଠାନର ରାକେଶ ରୋଶନ ସେନାପତି ଏବଂ ତାଙ୍କ ପତ୍ନୀ ସଙ୍ଗୀତା ପାତ୍ର। ସେମାନଙ୍କ ପ୍ରଥମ ବିବାହ ବାର୍ଷିକୀରେ ଅନୁଷ୍ଠାନର ସଦସ୍ୟ ମାନଙ୍କ ସହଯୋଗରେ ଭଞ୍ଜନଗର ବ୍ଳକ୍ ନିଳାଦ୍ରିପୁର ଓ ଚଣ୍ଡିପାଟଣା ସମେତ ଜଗନ୍ନାଥପ୍ରସାଦ ବ୍ଳକ ଉପାନ୍ତ ଜିରିପଡା ଗ୍ରାମର ଗରୀବଙ୍କୁ ଏଭଳି ବଣ୍ଟନ କରିଛନ୍ତି।
ରାକେଶ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ବିପଦର ବନ୍ଧୁ’ ଅନୁଷ୍ଠାନର କୋଷାଧ୍ୟକ୍ଷ ରହିଛନ୍ତି। ଆଜି ନିଜର ବିବାହ ବାର୍ଷିକୀକୁ ଉକ୍ତ ଗ୍ରାମରେ ରହୁଥିବା ଗ୍ରାମବାସୀଙ୍କ ଗହଣରେ ପାଳନ କରି ନିଆରା ପରିଚୟ ସୃଷ୍ଟି କରିଛନ୍ତି। ଆଜି ସକାଳ ସମୟରେ ବିପଦର ବନ୍ଧୁ ଅନୁଷ୍ଠାନର ସଦସ୍ୟଙ୍କ ସହଯୋଗରେ ସେହି ଗ୍ରାମ ଗୁଡିକୁ ଯାଇଥିଲେ। ଉପାନ୍ତ ଜିରିପଡା ଗ୍ରାମ ପାହାଡ ଉପରେ ରହିଥିବା ବେଳେ ସେଠାକୁ ମଧ୍ୟ ଯାଇ ଏଭଳି ନିଆରା ଭାବେ ନିଜ ବିବାହ ବାର୍ଷିକୀ ପାଳନ କରିଥିବାରୁ ଉଭୟଙ୍କୁ ପ୍ରଶାଂସର ମିଳୁଛି। ସହରର ଚାକଚକ୍ୟ ଠାରୁ ବହୁ ଦୂରରେ ବସବାସ କରୁଥିବା ଗ୍ରାମବାସୀଙ୍କ ପାଖରେ ଏଭଳି କାର୍ଯ୍ୟକ୍ରମ ହୋଇଥିବାରୁ ସେମାନେ ମଧ୍ୟ ଉଭୟ ଦମ୍ପତିକୁ ଆର୍ଶିବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପସଭାପତି ଅରକ୍ଷିତ ପରିଚ୍ଛା, ଭାର୍ଗବ ପାତ୍ର, ଜଗନ୍ନାଥ ପ୍ରଧାନ, ଦେବବ୍ରତ ନାୟକ, ପ୍ରମୋଦ ପ୍ରଧାନ, ଶାନ୍ତାନୁ ଭୂୟାଁ,ପ୍ରଭାକର ନାୟକ, ଗୌରୀ ଶଙ୍କର ପରିଡା, ଦିନେଶ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *