
ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନାଧିକାରୀ ଜୀବନାନନ୍ଦ ଜେନା ଙ୍କୁ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ଆଜି ସମ୍ବର୍ଦ୍ଧନା ଦିଆଯାଇଛି ।ସୂଚନା ପ୍ରକାରେ ଶ୍ରୀ ଜେନା ପୂର୍ବରୁ କଟକ କ୍ରାଇମବ୍ରାଞ୍ଚ ରେ କାର୍ଯ୍ୟରତ ଥିଲେ । ବହୁ ଦିନ ପୂର୍ବରୁ ଶ୍ରୀ ଜେନା ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନାରେ ଥାନାଧିକାରୀ ରୂପେ କାର୍ଯ୍ୟ କରୁଥିବା ସମୟରେ ଗଞ୍ଜାମ ପୋଲିସ ର ସିଂଘମ୍ ଅଫିସର ଭାବେ ସାରା ଜିଲ୍ଲାରେ ବେଶ ପରିଚିତ ।ଭଞ୍ଜନଗର ଥାନାରେ ପୂର୍ବରୁ କାର୍ଯ୍ୟରତ ଥିବା ଥାନାଧିକାରୀ କୁମର ମୁଦୁଲି ଙ୍କୁ ରମ୍ଭା ଥାନାଧିକାରୀ ଭାବେ ବଦଳି ହୋଇଛି । ଆଜି ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଙ୍ଘ ର ସଭାପତି ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ସମ୍ପାଦକ ଜୟକୃଷ୍ଣ ପଟ୍ଟନାୟକ, ବିଶ୍ୱମ୍ବର ଜେନା, ନିଲୁ ବିଷୋୟୀ, ସୁବ୍ରତ କୁମାର ଦାଶ, ଅରକ୍ଷିତ ପରିଛା, ଦୀପକ କୁମାର ମହାନ୍ତି, ଉଦୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।