ଭଞ୍ଜନଗର: ଅଗ୍ନିକାଣ୍ଡ ରେ ଗୋଟିଏ ବଖରା ଭସ୍ମୀଭୂତ

ଭଞ୍ଜନଗର,୧୬/୨ : ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଗାଲେରି ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଘର ସମ୍ପୂର୍ଣ୍ଣ ଜଳି ପୋଡି ନଷ୍ଟ ହୋଇଯାଇଛି । ଗ୍ରାମର ପ୍ରଫୁଲ୍ଲ ଦାସଙ୍କ ପତ୍ନୀ ଲଷ୍ମୀ ଦାସ ଏକୁଟିଆ ରହୁଥିବା ବେଳେ ଗତ ରାତ୍ରିରେ ନିଆଁ ଲାଗିଥିବା ଜାଣି ପ୍ରାଣ ବିକଳରେ ସୁରକ୍ଷିତ ସ୍ଥାନକୁ ପଳାଇଥିଲେ । ଏଥିରେ ତାଙ୍କର ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ର ଖବର ଜଣା ପଡିନଥିବା ବେଳେ ଭଞ୍ଜନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଶଙ୍କର୍ଷଣ ମହାରଥା ସେଠାରେ ପହଁଞ୍ଚି କିଛି ଲୁଗା ପଟା ଓ ଶୁଖିଲା ଖାଦ୍ୟ ସହ ଏକ ହଜାର ଟଙ୍କା ସହାୟତା କରିଥିବା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *