
ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଜଗନ୍ନାଥ ପ୍ରସାଦ ବ୍ଲକ ଗଣ୍ଡାଧାର ପଞ୍ଚାୟତ ହରିପୁର ଗ୍ରାମ ରେ ବିଳମ୍ବିତ ରାତ୍ରି ରେ ନିଆଁଲାଗି ୪ ପରିବାର ଙ୍କ ଘର ସମ୍ପୂର୍ଣ୍ଣ ଜଳିପୋଡି ନଷ୍ଟ ହୋଇଯାଇଛି। ସେମାନେ ଚାଳ ଘରେ ରହୁଥିଲେ । ରାତ୍ରି ସମୟରେ ଶୋଇଥିବା ବେଳେ ହଠାତ୍ ନିଆଁ ଲାଗିଥିଲା । ଗ୍ରାମବାସୀ ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସବୁକିଛି ପୋଡ଼ିଯାଇଥିଲା । ଏଭଳି ଦୟନୀୟ ପରିସ୍ଥିତି ରେ ତାଙ୍କୁ ସହାୟତା ର ହାତ ବଢ଼ାଇଛି ବିପଦର ବନ୍ଧୁ ଓଡିଶା ସଂଗଠନ। ଅଗ୍ନିବିପର୍ଣ୍ଣ ପରିବାର ମାନଙ୍କୁ ପ୍ରାୟ ଏକମାସ ପାଈଁ ଚାଉଳ, ପରିବା, ରାସନ ସାମଗ୍ରୀ, ପାଠ୍ୟଉପକରଣ, ରୋଷେଇ ପାଇଁ ରସ ସାମାନ୍, ଶୁଖିଲା ଖାଦ୍ୟ ପ୍ରଭୁତି ପ୍ରଦାନ କରିବା ସହ ପିଲାମାନଙ୍କ ପାଠପଢାର ଦାୟିତ୍ୱ ନେବେ ବୋଲି ସଂଘ ସଦସ୍ୟ ମାନେ ପ୍ରତିଶ୍ରୁତି ଦେଇଛନ୍ତି। ଏଭଳି ଗାଲେରୀ ଗ୍ରାମ ରେ ଗୋଟିଏ ପରିବାର ରେ ନିଆଁ ଲାଗିଥିଲା ଅନୁଷ୍ଠାନ ସଦସ୍ୟ ଓ ଗାଲେରୀ ସରପଞ୍ଚ ଶଙ୍କର୍ଷଣ ମହାରଥା ସେହି ପରିବାର ଙ୍କୁ ଖାଦ୍ୟ ସାମଗ୍ରୀ ଓ କିଛି ଆର୍ଥିକ ସହାୟତା ଯୋଗାଇଛନ୍ତି। ମହାନ କାର୍ଯ୍ୟ ପାଇଁ ଭୁୟସୀ ପ୍ରଶଂସା କରିଛନ୍ତି ସ୍ଥାନୀୟ ବାସିନ୍ଦା ।