ଭଞ୍ଜନଗର: ଯୁବ ବ୍ୟବସାୟୀ ତଥା ସମାଜସେବୀ ଙ୍କ ପରଲୋକ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଭଞ୍ଜନଗର ସହର ର ଜଣେ ଯୁବ ବ୍ୟବସାୟୀ ତଥା ବରିଷ୍ଠ ସମାଜସେବୀ ଭାବେ ସୁନାମ ଅର୍ଜନ କରିଥିବା ଭଞ୍ଜନଗର ସହର ର କେ ନାର୍ସିମୁଲୁ ସୁବୁଦ୍ଧି ଙ୍କ ୫୧ ବର୍ଷୀୟ ସୁପୁତ୍ର କେ ମାଧବ ସୁବୁଦ୍ଧି ଙ୍କ ଗତକାଲି ଅପରାହ୍ନ ରେ ପରଲୋକ ଘଟିଛି। ଗତ ଦୁଇଦିନ ପୂର୍ବେ ମାଧବ ଙ୍କ ହଠାତ୍ ସ୍ୱାସ୍ଥ୍ୟ ଖରାପ ହେବାରୁ ପରିବାର ଲୋକ ତାଙ୍କୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ରେ ଭର୍ତ୍ତି କରାଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥା ରେ ତାଙ୍କର ମୃତ୍ୟୁ ଘଟିଛି। ସ୍ବର୍ଗତ ମାଧବ ଜଣେ ଖାଲି ବ୍ୟବସାୟୀ ନଥିଲେ ସେ ଏକାଧାରରେ ଜଣେ ସମାଜସେବୀ, ପାରୌପକାରୀ, ଦେବପ୍ରେମୀ, ମିଷ୍ଟ ଭାସି ଏବଂ ବରିଷ୍ଠ ସଂଗଠକ ଭାବେ ବହୁଆଡେ ଜଣାଶୁଣା। ତାଙ୍କର ଦେହାନ୍ତ ଖବର ଶୁଣି ଭଞ୍ଜନଗର ରେ ଶୋକର ଛାୟା ଖେଳିଯାଇଛି। ସମସ୍ତଙ୍କ ଆଖିରେ ଲୁହ ଆସିଯାଇଛି। ତାଙ୍କର ଶେଷକୃତ୍ୟ ସମ୍ପନ୍ନ ବେଳେ ସମ୍ପୂର୍ଣ୍ଣ ଭଞ୍ଜନଗର ସହର ଲୋକାରଣ୍ୟ ହୋଇପଡ଼ିଥିଲା। ପ୍ରଭୁ ଜଗନ୍ନାଥଙ୍କ ପାଖରେ ଅମରଆତ୍ମା ର ସଦଗତି କାମନା କରିବା ସହ ଭଞ୍ଜନଗରରୁ ଜଣେ ମହାନ ଯୁଗର ଅନ୍ତ ଘଟିଥିବା ସ୍ଥାନୀୟ ବାସିନ୍ଦା ପରିପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *