ଜଗନ୍ନାଥପ୍ରସାଦ: ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୯ତମ ବାର୍ଷିକ ଉତ୍ସବ

ଜଗନ୍ନାଥ ପ୍ରସାଦ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଜଗନ୍ନାଥପ୍ରସାଦ ଶ୍ରୀଅରବିନ୍ଦ ଶିକ୍ଷାକେନ୍ଦ୍ରର ୨୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ସ୍ଥାନୀୟ ଗୋଷ୍ଠୀ ଉନ୍ନ୍ନୟନ ଅଧିକାରୀ ମନ୍ମଥ ନାଥ ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲାବେଳେ ପ୍ରାକ୍ତନ ଭଞ୍ଜନଗର କଲେଜ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ । ଜଗନ୍ନାଥ ପ୍ରସାଦ ବନାଞ୍ଚଳ ଅଧକାରୀ ସୁଜାତାରାଣୀପଣ୍ଡା, ସାଂସଦ ପ୍ରତିନିଧି ମହେନ୍ଦ୍ର କୁମାର ପଣ୍ଡା, ଶିକ୍ଷା କେନ୍ଦ୍ର ଅଧ୍ୟକ୍ଷା ଗୀତାଞ୍ଜଳି ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ ।
ପୂର୍ଣ୍ଣାଙ୍ଗ ଶିକ୍ଷା କିପରି ସମାଜରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିବ, ଶ୍ରୀମା ଓ ପରମ ପ୍ରଭୁ ଶ୍ରୀଅରବିନ୍ଦଙ୍କ ଯୋଗ କିପରି ସମାଜରେ ଯୁଗାନ୍ତ କାରୀ ପରିବର୍ତ୍ତନ ଆଣିପାରିବ ସେ ସମ୍ୱନ୍ଧରେ ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ଅତିଥିମାନେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ତୋଫାନ ଭାଇ ମଞ୍ଚପରିଚାଳନା କରିଥିଲା ବେଳେ କୈଳାସ କୁମାର ପାତ୍ର ସଭାପତିତ୍ୱ କରିଥିଲେ । ଶେଷରେ ସୂର୍ଯ୍ୟ ନାରାୟଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *