ଅଷ୍ଟ୍ରେଲିଆକୁ ୩୬୨ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଇଂଲଣ୍ଡ

ଲାହୋର: ଚାମ୍ପିଅନ୍ସ ଟ୍ରଫିର ଚତୁର୍ଥ ମ୍ୟାଚ୍ ଶନିବାର ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଲାହୋରର ଗଦାଫି ଷ୍ଟାଡିୟମରେ ଖେଳାଯାଉଛି। ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଇଂଲଣ୍ଡ ଦଳ ବ୍ୟାଟିଂ ଆରମ୍ଭ କରିଥିଲା। ଏହି ମ୍ୟାଚ୍‌ରେ ଇଂଲଣ୍ଡ ପାଇଁ ବେନ୍ ଡକେଟ୍ ଧୂଆଁଧାର ବ୍ୟାଟିଂ କରି ଚମତ୍କାର ପ୍ରଦର୍ଶନ କରିଛନ୍ତି।ସେ ୧୬୫ର ଏକ ବଡ଼ ଇନିଂସ ଖେଳିଛନ୍ତି। ଏହା ସହିତ ଇଂଲଣ୍ଡ ଦଳ ଧାର୍ଯ୍ୟ ୫୦ ଓଭରରେ ୮ ୱିକେଟ ହରାଇବା ସହିତ ୩୬୧ ରନ୍ କରିଛି। ଅଷ୍ଟ୍ରେଲିଆକୁ ଇଂଲଣ୍ଡ ୩୬୨ ରନ୍‌ର ଏକ ବଡ଼ ବିଜୟ ଲକ୍ଷ୍ୟ ଦେଇଛି।ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍ ୬୩ ରନ୍ କରିଥିବାବେଳେ ଜାମି ସ୍ମିଥ୍ ୧୫ ରନ୍ ଜୋସ୍ ବଟଲର ୨୩ ରନ୍, ଲିଆମ ଲିଭିଂଷ୍ଟୋନ୍ ୧୪ ରନ୍ କରିଥିଲେ। ସେହିପରି ଜୋଫ୍ରା ଆର୍ଚର ୨୧ ରନ୍ କରିଥିଲେ ।

ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ୍ ଜାମ୍ପା ଏବଂ ମାର୍ନସ୍ ଲାବୁଶାଗ୍ନେ ୨ଟି ଲେଖାଏଁ ୱିକେଟ ନେଇଥିବାବ‌େଳେ ବେନ୍ ଦାୱାରିୟୁସିସ୍ ୩ଟି ୱିକେଟ ନେଇଥିଲେ। ସେହିପରି ଗ୍ଲେନ୍ ମ୍ୟାକ୍ସେୱେଲ ଗୋଟିଏ ୱିକେଟ ନେଇଥିଲେ ।

Leave a Reply

Your email address will not be published. Required fields are marked *