
ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବଡ଼ କୋଦଣ୍ଡା ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ପ୍ରଧାନଶିକ୍ଷକ ମନୋରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ସନ୍ତୋଷ ଜେନା ଯୋଗଦେଇ ବିଜ୍ଞାନର ଉପକାରିତା ଓ ସମାଜ ଉପରେ ତାର ପ୍ରଭାବ ଉପରେ ମତ ଦେଇଥିଲେ l ପ୍ରାରମ୍ଭରେ ବରିଷ୍ଠ ଶିକ୍ଷକ ମୋହନ ସାହୁ ସ୍ୱାଗତ ସଂଗୀତ ଗାନ କଲାପରେ ଶିକ୍ଷକ ବିଶ୍ୱଜିତ ଗୌଡ଼ ସ୍ୱାଗତ ଭାଷଣ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଗଣେଶ ଚନ୍ଦ୍ର ପଣ୍ଡା, ବିଜ୍ଞାନ ଶିକ୍ଷୟିତ୍ରୀ ରଶ୍ମିତା ସାହୁ ଜାତୀୟ ବିଜ୍ଞାନ ଦିବସ ଉପରେ ବକ୍ତବ୍ୟ ରଖିଥିଲେ l ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ଶିକ୍ଷଣ ମେଳାକୁ ଅତିଥି ମାନେ ବୁଲି ଦେଖିବା ପରେ ଗ୍ରୁପ ଏକ ଏବଂ ଗ୍ରୁପ ଦୁଇ ଦଳଙ୍କୁ ପ୍ରଶଂସା ପତ୍ର ସହ ପୁରସ୍କୃତ କରାଯାଇଥିଲା l ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ସlଜନ ସ୍ୱାଇଁ, ନୀଳାଞ୍ଚଳ ପ୍ରଧାନ, ଅନିମା ମିଶ୍ର, ପୁଷ୍ପାଞ୍ଜଳୀ ସ୍ୱାଇଁ, ରାଜଲକ୍ଷ୍ମୀ ସାହୁ, ଗୀତାଞ୍ଜଳି ମଳିକ, ରାଜଶ୍ରୀ ପଟ୍ଟନାୟକ, ଶରତ ଚନ୍ଦ୍ର ବେହେରା, ଶାନ୍ତିଲତା ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ l ଶେଷରେ ଶିକ୍ଷୟିତ୍ରୀ ରଶ୍ମିତା ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ l ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ l