ଆଇପିଏସ୍‌ସ୍ତରରେ ଅଦଳବଦଳ: ଏସ୍‌ ଏମ୍‌ ନରୱାଣେ ହେଲେ ଓଏଚ୍‌ଆରସିର ସ୍ବତନ୍ତ୍ର ଡିଜି

ଭୁବନେଶ୍ବର: ରାଜ୍ୟ ସରକାର ଶନିବାର ଆଇପିଏଏସ୍‌ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ କଟକ ଓ ଭୁବନେଶ୍ବର ଡିସିପିଙ୍କ ବଦଳି ହୋଇଛି। ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ଭାବେ ନିଯୁକ୍ତି ମିଳିଥିବା ବେଳେ କଟକରେ ଏହି ପଦବି ପାଇଁ ଖିଲାରୀ ରିଷିକେଶଙ୍କୁ ଦାୟିତ୍ବ ମିଳିଛି। ସେହିପରି ଭୁବନେଶ୍ବର ଡିସିପି ପିନାକ ମିଶ୍ରଙ୍କୁ ଏସ୍‌ଟିଏଫ୍‌ ଡିଆଇଜି ଭାବେ ବଦଳି ହୋଇଛି। ରାଜ୍ୟ ସରକାର ଏସ୍‌ ଏମ୍‌ ନରୱାଣେଙ୍କୁ ଓଏଚ୍‌ଆରସିର ସ୍ବତନ୍ତ୍ର ଡିଜି ଭାବେ ଅବସ୍ଥାପିତ କରିଛନ୍ତି। ଏଡିଜିପି ଯତୀନ୍ଦ୍ର କୋୟଲଙ୍କୁ ଏଚ୍‌ଆରପିସିରେ ଏଡିଜି, ଆଇଜି ଏସ୍‌ ପ୍ରବୀଣ କୁମାରଙ୍କୁ କଟକସ୍ଥିତ ସେଣ୍ଟ୍ରାଲ ରେଞ୍ଜକୁ ବଦଳି ହୋଇଛି। ଅବକାରୀ କମିସନର ନରସିଂହ ଭୋଳଙ୍କୁ ଭୁବନେଶ୍ବର-କଟକ ଅତିରିକ୍ତ କମିସନରେଟ ପୁଲିସ, ଆଇଜି (ଗୃହରକ୍ଷୀ ଓ ଅଗ୍ନିଶମ) ଦୀପକ କୁମାରଙ୍କୁ ଆଜି (ଅପରେସନ୍‌) ଭାବେ ବଦଳି କରାଯାଇଛି। ସେହିପରି ଆଇଜି (ଅ‌ପରେସନ) ଜୟ ନାରାୟଣ ପଙ୍କଜଙ୍କୁ ଗୁଇନ୍ଦା ବିଭାଗରେ ଅବସ୍ଥାପିତ କରାଯାଇଛି ।

Leave a Reply

Your email address will not be published. Required fields are marked *