ଭଞ୍ଜନଗର: ଭାଗବତ ପ୍ରଚାର ପାଇଁ ଭାଗବତ ଗାଦି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଆମେ ଓଡ଼ିଆ ଓ ଆମ ଠାକୁର ଜଗନ୍ନାଥ ମଧ୍ୟ ଖାଣ୍ଟି ଓଡ଼ିଆ।ଜଗନ୍ନାଥ ଭଗବାନ ଙ୍କ ମହିମା ଭିନ୍ନ ତାଙ୍କର ଖ୍ୟାତି ପୃଥିବୀସାରା ଅଛି।ତେଣୁ ସେହି କୋଟି ବିଶ୍ୱର ଠାକୁରଙ୍କ ମହିମା ର ପ୍ରଚାର ପ୍ରସାର ପାଇଁ କେତେ ଯେ ଅନୁଷ୍ଠାନ,କେତେ ଯେ ମହା ପୁରୁଷ ନିଜର ଚେଷ୍ଟା ବଳରେ ପ୍ରଚାର କରିଛନ୍ତି।ମହାପୁରୁଷ ଜଗନ୍ନାଥ ଦାସ ଜଗନ୍ନାଥ ସଂସ୍କୃତି, ଜଗନ୍ନାଥ ଙ୍କ ମହିମା ତଥା ଭାଗବତ ର କଥା ଵସ୍ତୁ କୁ ଲୋକଙ୍କୁ ଶୁଣାଇବା ପାଇଁ ଗାଁ ଗାଁ ରେ ଭାଗବତ ଟୁଙ୍ଗି କରୁଥିଲେ।ସେହି ଚିନ୍ତାରେ ଅନୁପ୍ରାଣିତ ହୋଇ ଗେରେଡା ପଂଚାୟତ କେପିଟି ଗ୍ରାମ ଠାରେ ଭାଗବତ ଟୁଙ୍ଗି ବା ଭାଗବତ ଗାଦି ସ୍ଥାପନ କରାଯାଇଥିଲା।ପାଞ୍ଚ ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ସ୍ୱତନ୍ତ୍ର ପୂଜା କାର୍ଯ୍ୟକ୍ରମ ରେ ଚକ୍ର ସ୍ଥାପନ, ଗାଦି ସ୍ଥାପନ ଆଦି କାର୍ଯ୍ୟ ପଣ୍ଡିତ ମାନଙ୍କ ଦ୍ୱାରା ସମାପନ ହୋଇଥିଲା।ଆୟୋଜକ ମାନଙ୍କ ସୂଚନା ଅନୁସାରେ ଏହି ଶୁଭ କାର୍ଯ୍ୟ ରେ କେପିଟି ଗ୍ରାମର ସମସ୍ତ ଜନ ସାଧାରଣ ଏବଂ ଚିନ୍ମୟ ମିଶନ ର ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବିନୟ କୁମାର ନାୟକ ଙ୍କ ସ୍ୱତନ୍ତ୍ର ସହଯୋଗ ଓ ଆଖ ପାଖର ଗ୍ରାମବାସୀ ବୃନ୍ଦ ସହଯୋଗରେ ଏହିଭାଗବତ ଗାଦି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପାଞ୍ଚ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଅଧ୍ୟାତ୍ମିକ କାର୍ଯ୍ୟ କ୍ରମରେ ପ୍ରତ୍ୟେକ ଦିନ ଘୃତ ଯଜ୍ଞ,ଅନ୍ନ ଯଜ୍ଞ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଆଜି ଠାରୁ ଭିନ୍ନ ଭିନ୍ନ ପଣ୍ଡିତ ମାନଙ୍କ ଦ୍ୱାରା ନିତି କାନ୍ତି ଅନୁସାରେ ପୂଜା ଆରମ୍ଭ ହୋଇଥିଲା ଓ ଏଥିରେ ଶ୍ରୀଯୁକ୍ତ ବିନୟ କୁମାର ନାୟକ ଓ ସଂଗୀତା କୁମାରି ନାୟକ କର୍ତ୍ତା ଭାବେ କାର୍ଯ୍ୟ ତୁଲାଇ ଥିଲେ।।ଗ୍ରାମ ର ମହିଳା ମାନେ ନଦୀରୁ କଳସରେ ପାଣି ଆଣିବା ସହ ତାକୁ ସ୍ଥାପନ କରାଯାଇଛି।ପ୍ରତ୍ୟକ ଦିନ ନାମ ସଂକୀର୍ତ୍ତନ ସହ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।ଏହି ଭାଗବତ ଟୁଙ୍ଗିର ପ୍ରତିଷ୍ଠା ଉତ୍ସବ କୁ ବହୁ ଦୁରଦୁରନ୍ତାରୁ ପଣ୍ଡିତ ମାନେ ଆସିଛନ୍ତି।ତେଣୁ ଯେତେବେଳେ ଆଧୁନିକତା ମଧ୍ୟରେ ମଣିଷ ପ୍ରାଶ୍ଚତ୍ୟ ସଂସ୍କୃତି କୁ ଆପଣାଇଛି ସେତେବେଳେ ଭାଗବତ ଓ ଜଗନ୍ନାଥ ସଂସ୍କୃତିକୁ ପ୍ରଚାର ପ୍ରସାର ପାଇଁ କେପିଟି ଗ୍ରାମବାସୀ ଙ୍କ ଏହି ଅଭିନବ ପ୍ରୟାସ କୁ ସମସ୍ତେ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *