ପାଞ୍ଚ ଅବୈଧ କୋଇଲା ଚାଲାଣକାରୀଙ୍କୁ ଧରିଲା ଭଞ୍ଜନଗର ପୋଲିସ; ୧୬ କ୍ଵିଣ୍ଟାଲ କୋଇଲା ଜବତ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଦିନକୁ ଦିନ ଅବାଧ ଭାବେ ଖଣିଜ ପଦାର୍ଥ ଚୋରି ବଢ଼ିବାରେ ଲାଗିଛି । ଖଣିଜ ପଦାର୍ଥ ଚୋରି ରୋକିବା ପାଇଁ ବହୁ ଉପାୟ ଅବଲମ୍ବନ କରାଯାଉଥିବା ବେଳେ ଚୋରା ଚାଲାଣ ଥମିବା ନାମ ନେଉ ନାହିଁ । ପୋଲିସ ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ଚଢଉ କରାଯାଉଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ମୂଲ୍ୟବାନ ଖଣିଜ ପଦାର୍ଥ ଚୋରି ହୋଇ ବିଭିନ୍ନ ବଡ଼ ବଡ଼ ଶିଳ୍ପାଞ୍ଚଳ କୁ ଯାଉଥିବା ଜଣାପଡିଛି । ଏଥିରେ ବଡ଼ ଚେର ଥିବା ନିସନ୍ଦେହ ।

ଆଜି ଭଞ୍ଜନଗର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଉଥିବା ବେଳେ ଦୁଇଟି ଭାରି ଯାନ ରେ କୋଇଲା ଭର୍ତ୍ତି ହୋଇ ବାହାରକୁ ଚାଲାଣ ହେଉଥିବା ବେଳେ ଗାଡ଼ି ଗୁଡିକୁ ଯାଞ୍ଚ କରିବା ବେଳେ ଚାଲାଣକାରୀମାନେ କୌଣସି କାଗଜ ପତ୍ର, କୋଇଲା ପରିବହନ ପାଇଁ ଆବଶ୍ୟକ ଲାଇସେନ୍ସ ଏବଂ ଦଲିଲ ଜମା କରି ପାରିନଥିଲେ । ପରେ ସେମାନେ ଅବାଧ ଭାବେ କୋଇଲା ପରିବହନ କରୁଥିବା ଜଣାପଡ଼ିଲା । ତୁରନ୍ତ ଭଞ୍ଜନଗର ପୋଲିସ ପାଞ୍ଚ ଚାଲାଣକାରୀ ଘୁ. ଉଦୟଗିରିର ଅଜିତ୍ କୁମାର ସାହୁ (ପିତା – ପୁଷ୍କର ସାହୁ), ପାଟୁଳିସାହି ର କାହ୍ନୁ ବେହେରା (ପିତା – ଅଲେଖ ବେହେରା), ଭଞ୍ଜନଗର ଲଣ୍ଡେଇସାହିର ସୁରେଶ କୁମାର ସ୍ବାଇଁ (ପିତା – ନାରାୟଣ ସ୍ୱାଇଁ), ବେଡ଼ିଗୁବାର ବନବାସୀ ସ୍ୱାଇଁ (ପିତା – ରଘୁନାଥ ସ୍ୱାଇଁ), ରାଜକୁଣ୍ଡୁପଲ୍ଲୀର ବୁଲୁ ନାଇକ (ପିତା – ଜୟ ନାଇକ) ଙ୍କୁ ଭଞ୍ଜନଗର ପୋଲିସ କେସ ନଂ ୨୧୫/୨୫ ରେ ଭାରତୀୟ ନ୍ୟାୟ ସଂହିତା ସେକ୍ସନ ୩୦୫/୩(୫) ଏବଂ ଖଣି ଓ ଖଣିଜ ପଦାର୍ଥ ବିକାଶ ଅଧିନିୟମ ୧୯୫୭ ସେକ୍ସନ ୨୧ ଆଧାରରେ ଗିରଫ କରିବା ସହ ୧୬ କ୍ଵିଣ୍ଟାଲ କୋଇଲା ଏବଂ ଗୋଟିଏ ଟ୍ରକ (ଗାଡ଼ି ରେଜିଷ୍ଟ୍ରେସନ୍ ନଂ – OD 07H 4513), ଗୋଟିଏ ଟ୍ରାକ୍ଟର (ଗାଡ଼ି ରେଜିଷ୍ଟ୍ରେସନ୍ ନଂ – OD 32H 0188) ଜବତ କରି ଅଭିଯୁକ୍ତ ମାନଙ୍କୁ ଭଞ୍ଜନଗର କୋର୍ଟ ଚାଲାଣ କରିଥିବା ଭଞ୍ଜନଗର ଥାନା ଅଧିକାରୀ ଜୀବନନନ୍ଦ ଜେନା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *