ନୂଆଦିଲ୍ଲୀରେ ମଣିପୁରର ସୁରକ୍ଷା ସ୍ଥିତି ଉପରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ମଣିପୁରର ସୁରକ୍ଷା ସ୍ଥିତି ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ମଣିପୁରର ରାଜ୍ୟପାଳ, କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ, ଗୁଇନ୍ଦା ବ୍ୟୁରୋର ନିର୍ଦ୍ଦେଶକ, ପଦାଦିକ ବାହିନୀର ଉପମୁଖ୍ୟ, ପୂର୍ବ କମାଣ୍ଡର ସେନା କମାଣ୍ଡର, ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍), କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (ସିଆରପିଏଫ୍) ଏବଂ ଆସାମ ରାଇଫଲ୍ସର ମହାନିର୍ଦ୍ଦେଶକ, ମଣିପୁରର ସୁରକ୍ଷା ପରାମର୍ଶଦାତା ଏବଂ ଗୃହ ମନ୍ତ୍ରଣାଳୟ, ସେନା ଏବଂ ମଣିପୁର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।ଏହି ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ମଣିପୁରରେ ସ୍ଥାୟୀ ଶାନ୍ତି ଫେରାଇ ଆଣିବା ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ଏବଂ ଏ ଦିଗରେ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରୁଛନ୍ତି।କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ନିର୍ଦ୍ଦେଶ ଦେଇଛନ୍ତି ଯେ ମାର୍ଚ୍ଚ ୮,୨୦୨୫ ଠାରୁ ମଣିପୁରର ସମସ୍ତ ରାସ୍ତାରେ ଲୋକଙ୍କ ପାଇଁ ମୁକ୍ତ ଯାତାୟାତ ସୁନିଶ୍ଚିତ କରାଯିବ। ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।ଶ୍ରୀ ଅମିତ ଶାହ ନିର୍ଦ୍ଦେଶ ଦେଇଛନ୍ତି ଯେ ମଣିପୁରର ଆନ୍ତର୍ଜାତୀୟ ସୀମାରେ ନିର୍ଦ୍ଧାରିତ ପ୍ରବେଶ ସ୍ଥାନର ଉଭୟ ପାର୍ଶ୍ୱରେ ବାଡ଼ କାମ ଯଥାଶୀଘ୍ର ଶେଷ ହେବା ଉଚିତ। ସେ କହିଥିଲେ ଯେ ମଣିପୁରକୁ ନିଶାଦ୍ରବ୍ୟ ମୁକ୍ତ କରିବା ପାଇଁ ନିଶା କାରବାର ସହିତ ଜଡ଼ିତ ସମଗ୍ର ନେଟୱାର୍କକୁ ସମାପ୍ତ କରାଯିବା ଉଚିତ ।

Leave a Reply

Your email address will not be published. Required fields are marked *