ଭଞ୍ଜନଗର: ଖବର ପ୍ରକାଶନ ପରେ ଦୋଳଯାତ୍ରା ପାଈଁ ସ୍ଥିତି ପରଖିଲେ ଅତିରିକ୍ତ ତହସିଲଦାର

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଆସନ୍ତା ମାର୍ଚ୍ଚ ୧୪ ତାରିଖ ରେ କୁଲାଡ ଠାରେ ଦୋଳଯାତ୍ରା ଅନୁଷ୍ଠିତ ହେବ । ବହୁ ପୁରାତନ ପ୍ରସିଦ୍ଧ ଦୋଳପୁର୍ଣିମା ଯାତ୍ରା ରାଜରାଜୁଡା ସମୟରୁ ମହା ଆଡମ୍ବର ରେ ପାଳିତ ହୋଇ ଆସୁଛି । କୁଲାଡ ବଡ଼ ଦାଣ୍ଡ ରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥାଏ । ଯାତ୍ରା ରେ ୪ ଠାକୁର ଜଗନ୍ନାଥ, ନାରାୟଣ, ରଘୁନାଥ ଏବଂ ଗୋପୀନାଥ ଠାକୁର ଙ୍କ ମହା ମିଳନ ହୋଇଥାଏ । ଏହିଥର ଏହା ୧୪ ତାରିଖରେ ଅନୁଷ୍ଠିତ ହେବ । ଗଞ୍ଜାମ ଜିଲ୍ଲା ସମେତ କନ୍ଧମାଳ ନୟାଗଡ ଜିଲ୍ଲା ରୁ ଭକ୍ତ ମାନଙ୍କ ସୁଅ ଛୁଟି ଥାଏ ଯାତ୍ରା କୁ । ଦୋଳ ଯାତ୍ରା ପାଇଁ ପ୍ରସ୍ତୁତି ନ ହୋଇଥିବା ଓଡ଼ିଶା ଟୁଡେ ଏବଂ ଅନ୍ୟାନ୍ୟ ଗଣମାଧ୍ୟମରେ ରେ ଖବର ପ୍ରକାଶନ ପରେ କୁଲାଡ ବଡଦାଣ୍ଡ କୁ ଆସି ଭଞ୍ଜନଗର ର ଅତିରିକ୍ତ ତହସିଲଦାର ଅବିନାଶ ମାହାର, ରାଜସ୍ବ ନିରୀକ୍ଷକ ଭଗବାନ ବେହେରା, ସରପଞ୍ଚ ପ୍ରତିନିଧି ରାଜୀବ ରାଜୁ ଏବଂ ଅନ୍ୟ କର୍ମଚାରୀ ମାନଙ୍କ ସହ ସ୍ଥାନୀୟ କିଛି ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି କିଭଳି ଭାବରେ ଯାତ୍ରା ସରସ ସୁନ୍ଦର ହେବ, ୪ ଠାକୁର ଙ୍କ ମେଳଣ କିପରି ଭଲରେ ହେବ ଏବଂ ଭକ୍ତ ମାନଙ୍କର ଯେଭଳି କୌଣସି ଅସୁବିଧା ନ ହେବ ସେ ଉପରେ ଆଲୋଚନା କରିଥିଲେ । ଯାତ୍ରାରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଉପସ୍ଥିତ ରହିବା ସହ ବହୁତ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ପାଈଁ ସୁବ୍ୟବସ୍ଥା କରାଯିବା ସହ ସୁରକ୍ଷା ଦୃଷ୍ଟି କୋଣରୁ ପୋଲିସ ବିଭାଗ, ଅଗ୍ନିଶମ ବିଭାଗ, ଡାକ୍ତରୀ ଟିମ, ମାନଙ୍କୁ ଏନେଇ ସୂଚନା ପ୍ରଦାନ କରାଯାଇଛି ବୋଲି ଶ୍ରୀ ମାହାର କହିଛନ୍ତି । ଯାତ୍ରା ରେ ଅର୍ଥ ଆବଶ୍ୟକତା ରହିଲେ ଗ୍ରାମପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସ ରୁ ଆୟ ଅର୍ଥ ଖର୍ଚ୍ଚ କରାଯିବ ତେଣୁ ଅର୍ଥ ର ଅଭାବ ରହିବ ନାହିଁ ବୋଲି ଶ୍ରୀ ରାଜୁ କହିଛନ୍ତି । ଏହିଥର ମଧ୍ୟ ଦୁଇ ଠାକୁର ଙ୍କ ପାଖରେ ଦୁଇଟି ଭାରତ ଲୀଳା ନାଟ ସହ ମଝିଦାଣ୍ଡ ରେ ଏକ ଥିଏଟର ନାଟ ଲାଗିବ । ରାସ୍ତା ର ଉଭୟ ପାର୍ଶ୍ୱ କୁ ସଫା କରାଯିବା ସହ ବ୍ଲିଚିଙ୍ଗ ପକାଯିବ । ବିଧାୟକ ଙ୍କ ହସ୍ତ ପାଣ୍ଠି ରୁ ରାସ୍ତା ଦୁଇପାଖରେ ସୋଲାର ଲାଇଟ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ପ୍ରଶାସନ ପକ୍ଷରୁ ଏ ନେଇ ବ୍ୟାପକ ବନ୍ଦୋବସ୍ତ ହୋଇଥିବା ସୂଚନା । କିନ୍ତୁ ବିଡମ୍ବନା ର କଥା ଏହି ଯାତ୍ରା ଆଉ ୨ ଦିନ ରହିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପ୍ରସ୍ତୁତି ବୈଠକ ହୋଇ ପାରିନାହିଁ । ଜନ ଗହଳିରେ ଚୋରି ଡକାୟତି ମଦ୍ୟପାନ ଓ ବିଶୃଙ୍ଖଳା ରୋକିବାକୁ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ର ନିହାତି ଆବଶ୍ୟକତା ରହିଛି ବୋଲି ସାଧାରଣ ରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *