ଭଞ୍ଜନଗର: ୧୪ ରେ ପ୍ରସିଦ୍ଧ ଦୋଳ ଯାତ୍ରା, ପ୍ରଶାସନ ପକ୍ଷରୁ ହୋଇନି ପ୍ରସ୍ତୁତି ବୈଠକ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଭଞ୍ଜନଗର ନିକଟସ୍ଥ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମମାଟି କୁଲାଡ ଠାରେ ବହୁ ପୁରାତନ ପ୍ରସିଦ୍ଧ ଦୋଳପୁର୍ଣିମା ଯାତ୍ରା ରାଜରାଜୁଡା ସମୟରୁ ମହା ଆଡମ୍ବର ରେ ପାଳିତ ହୋଇ ଆସୁଛି । କୁଲାଡ ବଡ଼ ଦାଣ୍ଡ ରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥାଏ । ଯାତ୍ରା ଏହିଥର ଆସନ୍ତା ୧୦ ତାରିଖ ରୁ ୧୪ ତାରିଖ ୫ ଦିନ ଧରି ପାଳିତ ହେବ । ଏହି ଯାତ୍ରା ରେ ୪ ଠାକୁର ଜଗନ୍ନାଥ, ନାରାୟଣ, ରଘୁନାଥ ଏବଂ ଗୋପୀନାଥ ଠାକୁର ଙ୍କ ମହା ମିଳନ ହୋଇଥାଏ । ଗଞ୍ଜାମ ଜିଲ୍ଲା ସମେତ କନ୍ଧମାଳ, ନୟାଗଡ ଜିଲ୍ଲା ରୁ ଭକ୍ତ ମାନଙ୍କ ସୁଅ ଛୁଟି ଥାଏ ଯାତ୍ରା କୁ, କଥା ରେ ଅଛି ଦୋଳଗୋବିନ୍ଦ ଙ୍କ ମିଳନ ଚକ୍ଷୁ ରେ ଦେଖିଲେ ଆତ୍ମା ପବିତ୍ର ହୋଇଥାଏ ଓ ପୁନର୍ଜନ୍ମ ହୋଇନଥାଏ ବୋଲି ଶାସ୍ତ୍ର ରେ ବିଦିତ ରହିଛି । କିନ୍ତୁ ବିଡମ୍ବନା ର କଥା ଏହି ଯାତ୍ରା ଆଉ ୨ ଦିନ ରହିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପ୍ରସ୍ତୁତି ବୈଠକ ହୋଇ ପାରିନାହିଁ । ଜନ ଗହଳିରେ ଚୋରି, ଡକାୟତି, ମଦ୍ୟପାନ ଓ ବିଶୃଙ୍ଖଳା ରୋକିବାକୁ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ର ନିହାତି ଆବଶ୍ୟକତା ରହିଛି ବୋଲି ସାଧାରଣ ରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *