
ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଆଜି ଜଙ୍ଗଲ ସୁରକ୍ଷା ବାର୍ତ୍ତା ନେଇ ଏକ ସାଇକେଲ ରାଲି ବାହାରିଥିଲା। ଉକ୍ତ ରାଲି କଣ୍ଟେଇପଲ୍ଲୀ ଛକ ରୁ ବାହାରିଥିଲା। ରାଲିକୁ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ପତାକା ହଲାଇ ଶୁଭାରମ୍ଭ କରିଥିଲେ। ରାଲିରେ ଅନ୍ୟ ମାନକ ମଧ୍ୟରେ ଏ ସି ଏଫ୍ ବିବେକ ଦାସ, ରଶ୍ମି ରଞ୍ଜନ ସ୍ଵାଇଁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ରେଞ୍ଜର ପୃଥିବୀ ରାଜ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ରାଲି କଣ୍ଟେଇପଲ୍ଲୀ ଛକରୁ ବାହାରି ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା। ଏହାପରେ ଦୀର୍ଘ ୧୧ କିମି ରାଲି ବିଭିନ୍ନ ଗ୍ରାମ ବୁଲିବା ପରେ ଲାଲସିଂ ନର୍ସରୀ ରେ ତାହା ସରିଥିଲା। ଏହି ଅବସରରେ ସେଠାରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ କଣ୍ଟେଇପଲ୍ଲୀ ବନ ସୁରକ୍ଷା ସମିତି ସଭାପତି ଶରତ ସ୍ଵାଇଁ, ଜିତୁ ମଲ୍ଲିକ, ଜୀବନ ତ୍ରିପାଠୀ, ଦିନବନ୍ଧୁ ମିଶ୍ର, ସନ୍ତୋଷ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।