ଭଞ୍ଜନଗର: କୁଲାଡର ପ୍ରସିଦ୍ଧ ଦୋଳଯାତ୍ରା ଅନୁଷ୍ଠିତ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଭଞ୍ଜନଗର ବ୍ଲକ କୁଲାଡ ଠାରେ ପାଞ୍ଚ ଶହ ବର୍ଷର ପୁରାତନ ଐତିହ୍ୟ ଦୋଳଯାତ୍ରା ସମ୍ପନ୍ନ ହୋଇଛି।
୧୭୬୦ ମସିହାରୁ ଏହି ମେଳଣ ପର୍ବ ଅନୁଷ୍ଠିତ ହୋଇ ଆସୁଛି। ଏହି ଦୋଳଯାତ୍ରା ଦେଖିବାକୁ ଭଞ୍ଜନଗର ଉପଖଣ୍ଡ ସମେତ ପଡୋଶୀ କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର ହଜାର ହଜାର ସଂଖ୍ୟା ରେ ଜନସାଧାରଣ ଙ୍କ ଭିଡ ଜମିଥିଲା।ବକୁଳ ଭୂଷଣ ଆଚରିଆର ରଙ୍ଗମ ତିରୁଚିର ପଲ୍ଲୀ ଦକ୍ଷିଣ ଭାରତରୁ ଆସି ନାରାୟଣ ପାଟଣା ରେ ପ୍ରଭୁ ଶ୍ରୀ ନାରାୟଣ ଙ୍କ ମନ୍ଦିର ସ୍ଥାପନ କରିବା ଠାରୁ ଏହି ପୁରାତନ ଯାତ୍ରା ହୋଇ ଆସୁଥିବା ସ୍ଥାନୀୟ ବରିଷ୍ଠ ନାଗରିକ ମାନେ ମତ ପ୍ରକାଶ କରିଛନ୍ତି। ଏହା ଦଶମୀ ଠାରୁ ଆରମ୍ଭ ହୋଇ ପୂର୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଏହି ପର୍ବ ପାଳନ ହୋଇ ଆସୁଛି। ଦୋଳ ପୁର୍ଣିମା ଦିନ ଭଞ୍ଜ ରାଜା ମାନଙ୍କ ଦ୍ବାରା ପ୍ରତିଷ୍ଠିତ ଚାରି ଠାକୁର ଶ୍ରୀ ନାରାୟଣ ସ୍ବାମୀ,ଶ୍ରୀ ଜଗନ୍ନାଥ ସ୍ବାମୀ,ଶ୍ରୀ ଗୋପୀନାଥ ସ୍ବାମୀ ଓ ଶ୍ରୀ ରଘୁନାଥ ସ୍ବାମୀ ଙ୍କ ମିଳନ କୁଲାଡ ବଡଦାଣ୍ଡରେ ଠାରେ ବହୁ ଆଡମ୍ବର ର ସହ ହୋଇଥିଲା ।

ରାଜଗୁରୁ ଶ୍ରୀ ତେଜ ନଥାନ୍ ଆୟଙ୍ଗାର ପ୍ରଥମେ ଫଗୁ ପକାଇ ଚାରି ଠାକୁର ଙ୍କ ହରିହର ଭେଟ କରାଇଥିଲେ। ପରେ ସ୍ଥାନୀୟ ଜନସାଧାରଣ ଓ ଭକ୍ତ ମାନେ ମିଶି ହୋଲି ପକାଇ ଦୋଳ ମେଳଣ ପର୍ବ ପାଳନ କରିଥିଲେ। ହଜାର ହଜାର ଭକ୍ତଙ୍କ ହରିବୋଲ ହୁଳହୁଳି ଧ୍ବନି ରେ ପରିବେଶ କମ୍ପି ଉଠିଥିଲା। ଏହା ପରେ ନଦୀ କୂଳରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ମିଳନ ପରେ ରାଜାଗ୍ନୀ ସ୍ଥାପନ କରାଯାଇ ହୋମ ଯଜ୍ଞ ପରେ ଦିଅଁଙ୍କୁ ପରିକ୍ରମା କରାଯାଇଥିଲା। ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପଜିଲ୍ଲାପାଳ ଉମା ଶଙ୍କର ବେହେରା ଦୌଳ ଯାତ୍ରାରେ ସାମିଲ ହୋଇଥିଲେ। ଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା ନିମନ୍ତେ ଭାରପ୍ରାପ୍ତ ତହସିଲଦାର ଅବିନାଶ କୁମାର ମାହାର, ଥାନାଧିକାରୀ ଜୀବନାନନ୍ଦ ଜେନା ତଦାରଖ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ। ସ୍ଥାନୀୟ ଜନପ୍ରତିନିଧି ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *