ଗଞ୍ଜାମ : ଅଫିସରୁ ଘରକୁ ଫେରୁଥିଲେ କିରାଣୀ କର୍ମଚାରୀ , ଜଙ୍ଗଲ ରାସ୍ତାରେ ଚଢ଼ାଉ କଲା ଭିଜିଲାନ୍ସ, ବହୁତ ଟଙ୍କା ଦେଖି ତାଜୁବ…

ବୁଗୁଡା ୧୪/୦୩ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ ବେଲଗୁଣ୍ଠା ସବ ରେଜିଷ୍ଟର ଅଫିସର କିରାଣୀ ଶ୍ରୀକାନ୍ତ ଡାକୁଆଙ୍କ ଠାରୁ ଗୁରୁବାର ରାତିରେ ୧ ଲକ୍ଷ ୮୬ ହଜାର ଟଙ୍କା ଜବତ କରିଛି। ଏହାପରେ ଶ୍ରୀକାନ୍ତ ଘର, ଅଫିସ ପ୍ରମୁଖ ସ୍ଥାନରେ ଚଢାଉ କରାଯାଇଛି। ଶ୍ରୀକାନ୍ତଙ୍କୁ ଅଟକ ରଖି ଭିଜିଲାନ୍ସ ଟିମ ଘଟଣାର ଅଧିକ ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ, ଶ୍ରୀକାନ୍ତ ବୁଗୁଡ଼ା ସବ ରେଜିଷ୍ଟର ଅଫିସରେ କିରାଣୀ ଭାବେ କାମ କରୁଥିଲେ। ସେଠି ତାଙ୍କରି ନାମରେ ଅନେକ ଅଭିଯୋଗ ଆସିବା ପରେ ତାଙ୍କୁ ବେଲଗୁଣ୍ଠା କିଛି ମାସ ପୂର୍ବେ ବଦଳି କରାଯାଇଥିଲା। ତାଙ୍କ ନାଁରେ ଅନେକ ସମୟରେ ଭିଜିଲାନ୍ସ ପାଖରେ ଅଭିଯୋଗ ଥିବା ଯୋଗୁ ଭିଜିଲାନ୍ସ ଟିମ ଶ୍ରୀକାନ୍ତଙ୍କ ଗତିବିଧି ଉପରେ ନଜର ରଖିଥିଲା। ଗୁରୁବାର ଶ୍ରୀକାନ୍ତ ଅଫିସ କାମ ସାରି ବୁଗୁଡ଼ାରେ ରହୁଥିବା ତାଙ୍କ ଘରକୁ ଯାଉଥିଲେ। ଯେହେତୁ ସେ ବୁଗୁଡ଼ାରେ ସରକାରୀ ଘରେ ରହୁଥିଲେ। ବଦଳି ପରେ ମଧ୍ୟ ଉକ୍ତ ଘର ଛାଡ଼ିନଥିଲେ। ତେଣୁ
ଶ୍ରୀକାନ୍ତ ଗୁରୁବାର ବେଲଗୁଣ୍ଠାରୁ କାର୍ଯ୍ୟାଳୟ କାମ ସାରି ବୁଗୁଡ଼ା ଘରକୁ କାର୍‌ ଯୋଗେ ଯାଉଥିଲେ । ବାଟରେ ଭିଜିଲାନ୍ସ ଟିମ ମୋଟାବାଡି ଜଙ୍ଗଲ ରାସ୍ତାରେ ଶ୍ରୀକାନ୍ତଙ୍କୁ ମାଡ଼ି ବସିଥିଲେ। ଏହି ସମୟରେ ତାଙ୍କ କାର୍‌ରୁ ୧ ଲକ୍ଷ ୮୬ ହଜାର ଟଙ୍କା ମିଳିଥିଲା। ଏତେ ଗୁଡିଏ ଟଙ୍କା ଧରି ଯାଉଥିବା ବେଳେ ଉକ୍ତ ଟଙ୍କାର ସଠିକ୍‌ ହିସାବ ଶ୍ରୀକାନ୍ତ ଦେଇ ପାରିନଥିଲେ। ତେଣୁ ଭିଜିଲାନ୍ସ ଟିମ ଶ୍ରୀକାନ୍ତଙ୍କୁ ଅଧିକ ପଚରାଉଚରା ପାଇଁ ବ୍ରହ୍ମପୁର ନେଇଛି। ଶ୍ରୀକାନ୍ତ ପୂର୍ବରୁ ଜଣେ ତହସିଲଦାରଙ୍କ ବିଶସ୍ତ ଥିଲେ। ଉକ୍ତ ତହସିଲଦାର ଭିଜିଲାନ୍ସ ମାମଲାରେ ଜଡ଼ିତ ପରେ ଶ୍ରୀକାନ୍ତ ମଧ୍ୟ ବିଭିନ୍ନ ଲାଞ୍ଚ କାରବାରରେ ଜଡ଼ିତ ଥିବା ଭିଜିଲାନ୍ସ ଟିମର ସନ୍ଦେହ ହୋଇଥିଲା। ତେଣୁ ଭିଜିଲାନ୍ସ ଟିମ ଟାର୍ଗେଟରେ ଶ୍ରୀକାନ୍ତ ଥିଲେ।

Leave a Reply

Your email address will not be published. Required fields are marked *