
ବୁଗୁଡ଼ା ୧୪/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) ବାଲିପଦର ସ୍ଥିତ ଫରେଷ୍ଟ୍ ପାର୍କ ଠାରେ ଓଡ଼ିଆ ଭାଷା ସାହିତ୍ୟ କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ପବିତ୍ର ଫଗୁଣ ପୁର୍ଣ୍ଣିମା ଅବସରରେ ୧୪୭ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ପ୍ରତିଷ୍ଠାନର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ଯ ଅତିଥି ଭାବେ ସମାଜସେବୀ ଇଂ. ଲକ୍ଷ୍ମୀ ପ୍ରସାଦ ନାୟକ ଯୋଗଦେଇ ବରିଷ୍ଠ ସାହିତ୍ୟିକ ଶିକ୍ଷାବିତ୍ ସରୋଜ କାନ୍ତ ରଥଙ୍କୁ ତାଙ୍କର ସାହିତ୍ୟରେ ପାରଦର୍ଶୀତା ପାଇଁ ତାଙ୍କୁ ଘୁମୁସର ର ସ୍ବର ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇ ଥିଲା। ଅନ୍ୟତମ ଅତିଥି ଓ ଆଲୋଚକ ଭାବେ ସର୍ବଶ୍ରୀ କବି ଅନନ୍ତ କର, ସର୍ଦ୍ଦାର ଲିଙ୍ଗରାଜ ଦାସ, କବି ନେତାଜୀ ବିଷୋୟୀ, ଗୌରୀ ଶଙ୍କର ମିଶ୍ର, କୈଳାସ ଚନ୍ଦ୍ର ପ୍ରଧାନ, ଡକ୍ଟର ବ୍ରଜ କିଶୋର ପାଢ଼ୀ,ରାମଚନ୍ଦ୍ର ସାହୁ, କବି ପଦ୍ମଲୋଚନ ଗୌଡ଼, ପ୍ରଦିପ୍ତ କୁମାର ସାମନ୍ତ ପାଇଁ,ସନ୍ତୋଷ କୁମାର ରାଉତ, ଧନେଶ୍ବର ଜେନା, ଇ. ନିଳାଚଳ ପାତ୍ର, କେ. ରାଘବ ଚରଣ ପାତ୍ର, ନିରଞ୍ଜନ ପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ସମାଜସେବୀ ଖଲି ପରିଡ଼ା ଧନ୍ଯବାଦ ଅର୍ପଣ କରିଥିଲେ।