
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ପୁରୀ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ର ୧୬ ଜଣ ଏବଂ ଉତ୍ତର ଘୁମୁସର ବନଖଣ୍ଡ ର ୭ ଜଣ ଫାଶୀ କାଠ ଦାତା ଆଜି ସମ୍ବର୍ଦ୍ଧିତ ହୋଇଛନ୍ତି । ଉକ୍ତ ବ୍ୟକ୍ତି ମାନେ ବିଗତ ଦୁଇବର୍ଷ ମଧ୍ୟରେ ପୁରୀ ଶ୍ରୀମନ୍ଦିର ରଥଯାତ୍ରା ପାଇଁ ଫାଶୀ କାଠ ଦାନ କରିଥିଲେ। ତେଣୁ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଆଜି ଆଜି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏଥିସହ ଗତବର୍ଷ ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ବହୁତ କାଠ ଶ୍ରୀମନ୍ଦିର କୁ ଦାନ କରାଯାଇଥିବା ଯୋଗୁଁ ରଥ ଚକ ଉପହାର ମିଳିଥିଲା। ତାହାକୁ ସ୍ଥାନୀୟ କାର୍ଯ୍ୟାଳୟରେ ପୂଜା କରାଯାଉଛି । ଚଳିତ ବର୍ଷ ଦକ୍ଷିଣ ଘୁମୁସର ବନଖଣ୍ଡ ର ୨୨ ଜଣ କାଠ ଦାନ କରିବା ପାଇଁ କାଠ ଚୟନ ହୋଇଛି। ଏଥିସହ ବିଭାଗ ପକ୍ଷରୁ ମଧ୍ୟ କାଠ ଦେବା ପାଇଁ ଚୟନ ହୋଇଛି ବୋଲି ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ ଏଠାରେ ପ୍ରକାଶ କରିଛନ୍ତି। ସେହିଭଳି ଗତବର୍ଷ ରଥଯାତ୍ରା ରେ ଉତ୍ତର ଘୁମୁସର ବନଖଣ୍ଡ ରୁ ମଧ୍ୟ କାଠ ଯାଇଥିଲା ।
ତେଣୁ ମଙ୍ଗଳବାର ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ବନଖଣ୍ଡ କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଯୋଗଦେଇ ଉକ୍ତ ପୁରସ୍କାର ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଠାରୁ ଗ୍ରହଣ କରିଥିଲେ। ଏହି ସମୟରେ ପୁରୀ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ମଧ୍ୟ ଏହି ବନଖଣ୍ଡ ରୁ କାଠ ପୁରୀ ରଥଯାତ୍ରା ପାଇଁ ଯିବାର ଯୋଜନା ଅଛି। ଏଥିପାଇଁ କାଠ ଚୟନ ପ୍ରକ୍ରିୟା ସରିଛି ।