ବିଡିପୁର କଲେଜ ରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ଜଗନ୍ନାଥ ପ୍ରସାଦ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) :
ନାରୀ ଅବଳା କି ଦୁର୍ବଳା ନୁହେଁ ବରଂ ସେ ସବଳା ଓ ସଂହାର କାରିଣୀ । କିନ୍ତୁ ସାମ୍ପ୍ରତିକ ସମାଜରେ ‘ ମ ‘ କାରରେ ଲିପ୍ତ ଯୁବଗୋଷ୍ଠୀ ଙ୍କ ଦ୍ଵାରା ନାରୀ ଆଜି ଧର୍ଷିତା, ଲୁଣ୍ଠିତା ,ଓ ଅପମାନିତା ।ଏଭଳି ବ୍ୟଭିଚାର ରୁ ନିଜକୁ ସୁରକ୍ଷା କରିବାପାଇଁ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ର ଆବଶ୍ୟକତା ରହିଛି ବୋଲି ଉପସ୍ଥିତ ଅତିଥିବୃନ୍ଦ ମତପ୍ରକାଶ କରିଥିଲେ। ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ ର ଯୁକ୍ତ ତିନି ପ୍ରଥମ ବର୍ଷ କଳା ଓ ବିଜ୍ଞାନ ଛାତ୍ରୀ ମାନଙ୍କ ନିମନ୍ତେ ଦୀର୍ଘ ଆଠଦିନ ଧରି ଚାଲିଥିବା ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଅଧ୍ୟକ୍ଷ ଚିନଂ ବଦ୍ରି ନାରାୟଣ ପାତ୍ର ମହୋଦୟ ଙ୍କ ସଭାପତିତ୍ବରେ ଉଦ୍ ଯାପିତ ହୋଇଯାଇଅଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ପ୍ରାସାସନିକ ଅଧିକାରୀ ଅଧ୍ୟାପକ ଦିଲ୍ଲିପ କୁମାର ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ଶୈକ୍ଷିକ ଅଧିକାରୀ ଅଧ୍ୟାପକ ଅଲେଖ ଚନ୍ଦ୍ର ଘଡାଇ, ସମ୍ମାନିତ ଅତିଥି ଭାବେ ଷ୍ଟାଫ୍ କାଉନସିଲ୍ ର ସଂପାଦକ ଡଃ.ନଟବର ଜେନା, ଇକାକ୍ ସଦସ୍ୟ ଅଧ୍ୟାପକ ଡ଼ଃ ଯଶୋବନ୍ତ ପାନ୍ ଏବଂ ମାଷ୍ଟର ଟ୍ରେନର ସ୍ମୃତିମୟୀ ପାତ୍ର ମଞ୍ଚାସୀନ ରହି ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ସଂପର୍କିତ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ। ଯୁକ୍ତ ତିନି ଆତ୍ମ ସୁରକ୍ଷା ତାଲିମ ଶିବିର ର ସଂଯୋଜିକା ଅଧ୍ୟାପିକା ଅର୍ଚ୍ଚନା ପ୍ରିୟଦର୍ଶିନୀ ଅତିଥି ପରିଚୟ ଏବଂ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଆଭିମୁଖ୍ୟ ପ୍ରଦାନ କରିଥିବାବେଳେ ଅଧ୍ୟାପକ ସୁକାନ୍ତ କୁମାର ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ ।

ଛାତ୍ରୀ ସରସ୍ବତୀ ଦଳାଇ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଅଧ୍ୟକ୍ଷ ଚିନଂ ବଦ୍ରି ନାରାୟଣ ପାତ୍ର ରାମାୟଣ ରୁ ଉଦାହରଣ ଦେଇ ଛାତ୍ରୀମାନଙ୍କୁ କହିଥିଲେ ଯେ, ସୀତା ସୁବର୍ଣ୍ଣ ମୃଗ ପ୍ରତି ଆସକ୍ତ ହେବାରୁ କିପରି ବିପତ୍ତି କୁ ଡାକି ଆଣିଲେ ତାହା ତୁମେ ଜାଣିଛ, ତେଣୁ ତୁମେ ମାନେ ଉଦ୍ ଭ୍ରାନ୍ତ ଯୁବକ ମାନଙ୍କର କୈାଣସି ପ୍ରଲୋଭନ ରେ ଆକୃଷ୍ଟ ନ ହୋଇ ଛାତ୍ରୀ ର କର୍ତ୍ତବ୍ୟ ପାଳନ କରିଚାଲ, ପାଠପଢ଼ାରେ ମନ ଦିଅ ସଫଳତା ନିଶ୍ଚୟ ପ୍ରାପ୍ତ ହେବ। ଏହି ପରିପ୍ରେକ୍ଷୀରେ ଦୀର୍ଘ ଆଠଦିନ ଧରି ତାଲିମ ନେଇଥିବା ଛାତ୍ରୀମାନଙ୍କୁ ଅଧ୍ୟକ୍ଷ ଏବଂ ଅତିଥିବୃନ୍ଦ ଙ୍କ ଦ୍ବାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏବଂ ଅତିଥିବୃନ୍ଦ ଙ୍କ ସମ୍ମୁଖରେ ପ୍ରଶିକ୍ଷିତ ଛାତ୍ରୀମାନେ ବିଭିନ୍ନ କୈାଶଳ କୁ ପ୍ରଦର୍ଶନ କରିଥିଲେ। ଶେଷରେ ଯୁକ୍ତଦୁଇ ଆତ୍ମ ସୁରକ୍ଷା ତାଲିମ ଶିବିର ର ସଂଯୋଜିକା ଅଧ୍ୟାପିକା ମାମୁନୀ ଆଚାର୍ଯ୍ୟ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିବା ସହିତ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *