ବ୍ୟାରିକେଡ ଭାଙ୍ଗିଲେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ, ଗୃହରେ ପ୍ରଶ୍ନକାଳ ଜାରି

ଭୁବନେଶ୍ବର: ଆଜି ଦୁଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନା ଗୃହରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିଛନ୍ତି। ଏଣେ ଅନ୍ୟ କଂଗ୍ରେସ ଓ ବିଜେଡି ବିଧାୟକମାନେ ବ୍ୟାରିକେଡ ଭାଙ୍ଗି ରାସ୍ତାକୁ ଆସିଛନ୍ତି। ତେଣେ ପ୍ରଶ୍ନକାଳ ସ୍ବାଭାବିକ ହୋଇଛି। ଆଜି କଂଗ୍ରେସ ପରେ ବିଜେଡି ପକ୍ଷରୁ ହାଇଡ୍ରାମା କରାଯାଇଛି। ଆଜି ଏକାଠି ହୋଇଯାଇଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ। ଦୁଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନା ଗୃହରେ ଘଣ୍ଟ ବାଡ଼େଇବାରୁ ଉଭୟଙ୍କୁ ସେଥିରୁ ନିବୃତ୍ତ ହେବାକୁ ବାଚସ୍ପତି ସୁରମା ପାଢ଼ୀ ତାଗିଦ୍ କରିଛନ୍ତି ।

Leave a Reply

Your email address will not be published. Required fields are marked *