‘କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ୧୨ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି’

ଭୁବନେଶ୍ବର: ଲୋୟର ପିଏମଜିରେ ପୁଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ଏହି କାରଣରୁ ଏଠାରେ ଉତ୍ତେଜନା ଦେଖାଯାଇଛି। ଉତ୍ତେଜନା ପରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ୧୨ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଆହତ ପୁଲିସ କର୍ମଚାରୀମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସେମାନଙ୍କର ଚିକିତ୍ସା ଜାରି ରହିଛି। ଗୋଟିଏ ଗାଡ଼ି ପୋଡ଼ିବାକୁ ଉଦ୍ୟମ ହୋଇଛି। ହେଲେ ଡ୍ରାଇଭରଙ୍କ ଯୋଗୁଁ କଂଗ୍ରେସ କର୍ମୀମାନେ ଏପରି କରିପାରିନଥିଲେ। ଏନେଇ ଘଟଣାର ତଦନ୍ତ କରାଯିବ। ବର୍ତ୍ତମାନ ସ୍ଥିତି ଆୟତ୍ତରେ ଅଛି। ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରିବାରୁ କାର୍ଯ୍ୟାନୁଷ୍ଠାନ ହୋଇଛି। କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ୧୨ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଆହତ ପୁଲିସ କର୍ମଚାରୀମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସେମାନଙ୍କର ଚିକିତ୍ସା ଜାରି ରହିଛି।-ଜଗମୋହନ ମୀନା, ଡିସିପି,

ଭୁବନେଶ୍ବର ଲୋୟର ପିଏମଜି ରଣକ୍ଷେତ୍ର ପାଲଟି ଥିଲା। ସ୍ଥିତି ପୂରା ଅଣାୟତ୍ତ ହୋଇଥିଲା। ପୁଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ। କିଛି ମାନିନଥିଲେ, କିଛି ଶୁଣିନଥିଲେ କଂଗ୍ରେସ କର୍ମୀ। ଯାହାକୁ ନେଇ ଉତ୍ତେଜନା କମିବାର ନାଁ ନେଉନାହିଁ। ପୁଲିସ ଉପରକୁ କଂଗ୍ରେସ କର୍ମୀ ଟେକା ପଥର ମାଡ଼ କରିବା ସହ ଚେୟାର ଓ ବୋତଲ ଫିଙ୍ଗିଥିଲେ। ଫଳରେ ବାଧ୍ୟ ହୋଇ ପୁଲିସ ଲାଠିଚାର୍ଜ କରିଥିଲା। ସ୍ଥିତି ଅଣାୟତ୍ତ ହେବାରୁ କଂଗ୍ରେସ କର୍ମୀଙ୍କୁ ଘଉଡ଼ାଇବାକୁ ପୁଲିସ ପ୍ରଥମେ ପାଣିମାଡ଼ କରିଥିଲା ଓ ପରେ ଲୁହବୁହା ଗ୍ରାସ୍‌ ପ୍ରୟୋଗ କରିଥିଲା। ଚେୟାର, ଢେଲାପଥର ମାଡ଼ରେ କିଛି କଂଗ୍ରେସ କର୍ମୀଙ୍କ ମୁଣ୍ଡ ଫାଟିଥିବା ବେଳେ କିଛି ପୁଲିସ କର୍ମୀ ବି ଆହତ ହୋଇଥିଲେ। ପୂରା ଖଣ୍ଡ ଯୁଦ୍ଧ ଦେଖିବାକୁ ମିଳିଥିଲା। କଂଗ୍ରେସ କର୍ମୀଙ୍କୁ ପୁଲିସ ଗୋଡ଼ାଇ ଗୋଡ଼ାଇ ପିଟିଥିଲା। ଦେଖିବାକୁ ଗଲେ କଂଗ୍ରେସ କର୍ମୀ ଶୁଣିବା ପରିସ୍ଥିତିରେ ନଥିଲେ। ସେପଟେ ପିସିସି ସଭାପତି ଭକ୍ତ ଦାସ, ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍, ତାରା ବାହିନୀପତିଙ୍କୁ ପୁଲିସ ଗିରଫ କରିଛି। ଜଣକ ପରେ ଜଣେ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଉଛି। କିନ୍ତୁ ପୁଲିସର କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ କର୍ମୀମାନେ ଭୟ କରୁନାହାନ୍ତି। ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ଗିରଫଦାରୀକୁ ଆମେ ଭୟ କରୁନାହିଁ ।

Leave a Reply

Your email address will not be published. Required fields are marked *